www.samajalive.in
Monday, December 15, 2025
17.1 C
Bhubaneswar

ନମାମି ଗଙ୍ଗେ ପକ୍ଷରୁ ବୈତରଣୀ ଘାଟ ସଫେଇ ଅଭିଯାନ ଓ ଚାରା ରୋପଣ

ପାଟଣା: ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପ୍ରଚଣ୍ଡ ରାଷ୍ଟ୍ର ଭକ୍ତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଜୁନ ୨୩ ତାରିଖ ବଳିଦାନ ଦିବସରୁ ଜୁଲାଇ ୬ ତାରଖ ଜନ୍ମ ଦିବସ ଦିର୍ଘ ୧୪ ଦିନ ରାଜ୍ୟ ବ୍ୟାପୀ, ବିଜେପି ନଦୀ ସୁରକ୍ଷା ସମିତି ‘ନମାମି ଗଙ୍ଗେ’ ତରଫରୁ ଓଡିଶାର ସମସ୍ତ ନଦୀ ଘାଟ ସଫେଇ କରାଯିବା ସହିତ ନଦୀ ଅବବାହିକାରେ ଚାରା ରୋପଣ କାର୍ଯ୍ୟକ୍ରମ ଚାଲୁରହିଛି। ଏହି ଅବସରରେ ଆଜି କେନ୍ଦୁଝର ଜିଲାର ପାଟଣା ପରମେଶ୍ବର ଶିବ ମନ୍ଦିର ବୈତରଣୀ ନଦୀ ଘାଟ ସଫେଇ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

 

- Advertisement -

ଏହି କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି ‘ନମାମି ଗଙ୍ଗେ’ର ରାଜ୍ୟ ସଂଯୋଜକ ମହେଶ୍ବର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଦୀ ଘାଟ ସଫେଇ କରିବା ସହିତ, ପରମେଶ୍ବର ଶିବ ମନ୍ଦିର ଘାଟ ବୈତରଣୀ ନଦୀ କୂଳରେ ଆମ୍ବ ଗଛ, ବଉଳ ଗଛ, କଦମ୍ବ ଗଛ ଆଦି ଚାରା ଲଗାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି ଜିଲା ସଂଯୋଜକ ସୁବ୍ରତ କୁମାର ମହାନ୍ତି, ବିଜେପି ର ବରିଷ୍ଠ ନେତା ଅଖିଳ ଚନ୍ଦ୍ର ନାୟକ, ବିଜେପି ଯୁବ ମୋର୍ଚ୍ଚା ଜିଲା ସାଧାରଣ ସମ୍ପାଦକ ସବୀର କୁମାର ଦାଶ, ବିଜେପି ଜିଲା କୋଷାଧ୍ୟକ୍ଷ ହରିହର ମହାନ୍ତ, ବିଜେପି ର ବରିଷ୍ଠ ନେତା ଦୁର୍ଗା ଚରଣ ନାୟକ, ପ୍ରାଣବନ୍ଧୁ ସାହୁ, ସରୋଜ କୁମାର ସାହୁ, ରାଜେନ୍ଦ୍ର କୁମାର ସାହୁ, ନାଗେଶ୍ଵର ମହାନ୍ତ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଅଭୟ କୁମାର ବେହେରା, ଯୁଧିଷ୍ଠିର ମହାନ୍ତ, ନିତେଶ ମହାନ୍ତ, ଅଜୟ କୁମାର ଭଞ୍ଜ, ଦୀପକ କୁମାର ମହାନ୍ତ, ଗୀତିକଣ୍ଠ ପାତ୍ର ପ୍ରମୁଖ ଶତାଧିକ କାର୍ୟ୍ୟକର୍ତ୍ତା ସାମିଲ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories