ମାଲଗାଡି ଟ୍ରେନ୍ ଧକ୍କାରେ ଅଜଣା ମହିଳାଙ୍କ ମୃତ୍ୟୁ

ରେଙ୍ଗାଲି: ସମ୍ବଲପୁର-ଝାରସୁଗୁଡ଼ା ରେଳପଥ ଷ୍ଟେସନ ପାଖରେ ଆଜି ଏକ ମାଲଗାଡୀ ଧକ୍କାରେ ଜନୈକ ଅଜଣା ମହିଳାଙ୍କ ମୃତ୍ୟ ହୋଇଛି। ମୃତ ମହିଳାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

Comments are closed.