ଶାଶୁଘର ଗଲା ଝିଅ ସବାରୀ, ମଶାଣୀ ମୁହାଁ ବାପାଙ୍କ କୋକେଇ

ବିବାହ ପାଇଁ ଗାଁ ମୁଣ୍ଡରେ ପହଞ୍ଚିଲା ବର, ଅସୁସ୍ଥ କନ୍ୟାପିତାଙ୍କ ଉଡ଼ିଗଲା ପ୍ରାଣବାୟୁ

ପାଟଣା: ବିବାହ ଅପେକ୍ଷରେ ଥିଲା କନ୍ୟା। ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ ହୋଇଥିଲା। ଏପରିକି କନ୍ୟା ଘରର ଗାଁ ମୁଣ୍ଡରେ ବିବାହ ପାଇଁ ବର ପହଞ୍ଚି ସାରିଥିଲା। ଏପଟେ ଅସୁସ୍ଥ କନ୍ୟା ପିତା ଦିନମଣୀ ନାଏକ ମୁମୁର୍ଷୁ ଅବସ୍ଥାରେ ପଡ଼ିଥିଲେ। ପରିବାର ଲୋକେ ଗ୍ରାମର ଅନ୍ୟ ଏକ ଗୃହକୁ କନ୍ୟାକୁ ନେଇ ଯାଇଥିଲେ। ଏହାପରେ ଅସୁସ୍ଥ ଥିବା ଦିନମଣୀଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ତେବେ କନ୍ୟା ଅନ୍ୟ ଗୃହରେ ଥିବାରୁ ବିଧି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ତେବେ ଝିଅର ସବାରୀ ଶାଶୁ ଘରକୁ ଯାଉଥିଲାବେଳେ ବାପାର କୋକେଇ ମଶାଣୀକୁ ଯାଉଥିଲା। ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

prayash

ପାଟଣା ବ୍ଲକ ବାଉଁଶୁଳି ଗ୍ରାମର ମକରଧ୍ବଜ ନାଏକଙ୍କ ପୁଅ ପ୍ରଦୀପର ଖିରେଇଟାଙ୍ଗିରି ଗ୍ରାମ ନିବାସୀ ଦିନମଣୀ ନାଏକଙ୍କ ଝିଅ ସହିତ ବିବାହ ସ୍ଥିର ହୋଇଥିଲା। ବିବାହ ପାଇଁ ପ୍ରଦୀପ ଖିରେଇଟାଙ୍ଗିରି ଗ୍ରାମରେ ପହଞ୍ଚିଥିଲେ। ବିବାହ ପାଇଁ ସେ ଗାଁ ମୁଣ୍ଡରେ ପହଞ୍ଚିବାବେଳେ ଶ୍ବଶୁର ଦିନମଣୀଙ୍କର ମୃତ୍ୟୁ ହୋଇଯାଇଥିଲା। ଦିନମଣୀ ମୃତ୍ୟୁ ପରେ ସେଠାରେ ଶୋକର ଛାୟା ଖେଳିଯାଇଥିଲା। ମଙ୍ଗୁଳା ଝିଅ ଘରୁ ବିଦାୟ ହେବା ପୂର୍ବରୁ ଅନ୍ୟ ଏକ ଗୃହକୁ ଚାଲି ଯାଇଥିବାରୁ ଶାତ୍ସକାରଙ୍କ ପରାମର୍ଶ ଅନୁଯାୟୀ ମଙ୍ଗୁଳା କନ୍ୟାର ବାହାଘର ସାରି ଦେବା ପାଇଁ ଆଲୋଚନା ହୋଇଥିଲା । ଏହା ପରେ ବର ଓ ବରଯାତ୍ରୀ ଦଳ ନିରାଡମ୍ବର ଭାବରେ କନ୍ୟା ରହୁଥିବା ଗୃହକୁ ଯାଇଥିଲେ ଏବଂ ସେଠାରେ ବରକନ୍ୟାଙ୍କ ବିବାହ ସମ୍ପନ୍ନ ହୋଇଥିଲା।
ଗତକାଲି ପାଟଣା ବ୍ଲକ ବାଉଁଶୁଳି ଗ୍ରାମର ମକରଧ୍ବଜ ନାଏକଙ୍କ ପୁଅ ପ୍ରଦୀପର ଖିରେଇଟାଙ୍ଗିରି ଗ୍ରାମ ନିବାସୀ ଦିନମଣୀ ନାଏକଙ୍କ ଝିଅ ସହିତ ବିବାହ ସମୟରେ ଏଭଳି ଘଟଣା ଘଟିଛି। ଏଭଳି ଘଟଣାରେ ଖିରେଇଟାଙ୍ଗିରି ଗାଁରେ କନ୍ୟାର ସବାରୀ ଶାଶୁ ଘରକୁ ବାହାରି ଥିବାବେଳେ କନ୍ୟା ପିତାଙ୍କ କୋକେଇ ମଶାଣି ଯାଇଛି।

kalyan agarbati

Comments are closed.