www.samajalive.in
Sunday, December 7, 2025
13.1 C
Bhubaneswar

ଲୋକମାନ୍ୟ ତିଲକ ଏସି ବଗିରେ ଲାଗିଲା ନିଆଁ

ପାଟନା: ଲୋକମାନ୍ୟ ତିଲକ ହୋଲି ସ୍ପେଶାଲ ୦୧୪୧୦ ଟ୍ରେନର ଏସି ବଗିରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ବିହାରର ପାଟନା ଅରାହ ନିକଟସ୍ଥ କରିସାଥ ଅଂଚଳରେ ଏହି ଦୁର୍ଘଟଣା ଘଟିଛି । ହୋଲି ପାଇଁ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା କମ୍‍ ଥିବାରୁ କୌଣସି ବଡ ଅଘଟଣ ଘଟିନାହିଁ । ଦୁର୍ଘଟଣା ପରେ ରେଳ ବିଭାଗ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଦାନାପୁର ହେଲ୍ପଲାଇନ ନମ୍ବର ହେଉଛି-୦୬୧୧୫୨୩୨୪୦୧, ଆରା ହେଲ୍ପଲାଇନ ନମ୍ବର ହେଉଛି-୯୩୪୧୫୦୫୯୮୧ ଏବଂ ବକ୍ସର ହେଲ୍ପଲାଇନ ନମ୍ବର ହେଉଛି ୯୩୪୧୫୦୫୯୭୨ । ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ପରେ ଅରାହ ରେଳ ଷ୍ଟେସନରୁ ଅନେକ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି । ଏହସହିତ କିଛି ଟ୍ରେନର ଗତିପଥ ବଦଳିଛି । ଫଳରେ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମିଖୀନ ହୋଇଛନ୍ତି ।
ଦୁର୍ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ ଦାନାପୁରରୁ ମୁମ୍ବଇ ଯାଉଥିବା ଏହି ହୋଲି ସ୍ପେଶାଲ ଟ୍ରେନରେ ସର୍ଟ ସର୍କିଟ ଯୋଗୁଁ ହଠାତ ନିଆଁ ଲାଗିଯାଇଥିଲା । ତୁରନ୍ତ ରେଳ ବିଭାଗକୁ ଖବର ଦିଆଯିବ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories