ପାଟଣା : ୨୨ରେ ମତଦାନ , ଭୋଟ ଦେବେ ୮୨,୦୩୭ ଜଣ ମତଦାତା

ପାଟଣା: ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୨୨ରେ ଅନୁଷ୍ଠିତ ହେବ। ପାଟଣା ବ୍ଲକ ଅଞ୍ଚଳର ୩ଟି ଜିଲା ପରିଷଦ ଆସନ , ୨୦ ଟି ସରପଞ୍ଚ ଓ ୧୪ ଜଣ ସମିତି ସଭ୍ୟ ଓ ଅବଶିଷ୍ଟ ୱାର୍ଡ ମେମ୍ବରଙ୍କ ପାଇଁ ୨୬୮ଟି ବୁଥ ରେ ମୋଟ ୮୨ ହଜାର ୩୭ ଜଣ ମତଦାତା ମତଦାନ କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ବୁଥକୁ ଭୋଟ ବାକ୍ସ ଯିବା ସହ ଆନୁସାଙ୍ଗିକ ବ୍ୟବସ୍ଥା ଶେଷ ପର୍ୟ୍ୟାୟ ରେ ପହଞ୍ଚିଛି। ପାଟଣା ବ୍ଲକ ମୁଖ୍ୟାଳୟ ବଡ଼ ପାଟଣା ବୁଥକୁ ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ପୁଲିଂ ପାର୍ଟି ମତଦାନ କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଭିନ୍ନ ଭିନ୍ନ ପଞ୍ଚାୟତ ନିମନ୍ତେ ବ୍ଲକ ପରିସରରେ ସ୍ବତନ୍ତ୍ର କାଉଣ୍ଟର ମାନ କରାଯାଇଛି। ଏହି ବ୍ଲକ ଅନ୍ତର୍ଗତ ୨୧ ନମ୍ବର ଜୋନରେ ସର୍ବାଧିକ ୫ଜଣ ପ୍ରାର୍ଥୀ ଥିବାବେଳେ ୨୨ ନମ୍ୱର ଜୋନରେ ୩ ଜଣ ଏବଂ ୨୩ ନମ୍ବର ଜୋନ ରେ ୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ପାଟଣା ବ୍ଲକ ଅଞ୍ଚଳର ତୁରୁମୁଙ୍ଗା ଥାନା ଓ ପାଟଣା ଥାନା ଅଞ୍ଚଳରେ ପ୍ରାକ ନିର୍ବାଚନୀ ଗଣ୍ଡଗୋଳ ଘଟିଯାଇ ଥିବାରୁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି।
ପାଟଣା ବ୍ଲକ ଅନ୍ତର୍ଗତ ୨୩ ନମ୍ବର ଜୋନ ବିଜେଡ଼ି ପ୍ରାର୍ଥିନୀ ରୁନୁ ମହାନ୍ତ ଆଜି ପ୍ରଚାରର ଶେଷ ଦିନରେ ଜୋରଦାର ପ୍ରଚାର କରିଛନ୍ତି। ବଡ଼ପାଟଣା, ସାନଜାମୁପସି, ଗୁଳୁଦିପଶି, ପୁଟୁଳିଆ, ମାଧପୁର, ଦହିବାହାଳୀ, ଏରେଣ୍ଡେଇ ଓ ମଙ୍ଗଳପୁର ଆଦି ଗ୍ରାମରେ ପଦଯାତ୍ରା କରି ତାଙ୍କୁ ଭୋଟ ଦେବାକୁ ସେ ନିବେଦନ କରୁଥିବା ଦେଖାଯାଇଛି।

kalyan agarbati

Comments are closed.