www.samajalive.in
Sunday, December 7, 2025
26.1 C
Bhubaneswar

ବଦ୍ରି ପାତ୍ରଙ୍କ ଭିନ୍ନ ରୂପ : ଲକଡାଉନରେ ଦେଉଛନ୍ତି ପରିବେଶ ସୁରକ୍ଷାର ବାର୍ତ୍ତା

ପାଟଣା : କେନ୍ଦୁଝର ଜିଲା ରାଜନୀତିରେ ବଦ୍ରିନାରାୟଣ ପାତ୍ର ଏକ ସ୍ପର୍ଦ୍ଧିତ ନାମ ହୋଇଥିବାବେଳେ ସେ ଘଷିପୁରା ନିର୍ବାଚନ ମଣ୍ଡଳିରୁ ପ୍ରତିନିଧିତ୍ୱ କରି ଏକାଧିକବାର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଜଣେ ଦକ୍ଷ ରାଜନେତା, ସୁସଂଗଠକ, ପ୍ରଗଳ୍ପ ବକ୍ତା ଓ ଚତୁର ଗୋଟି ଚାଳନା ତାଙ୍କ ସଫଳତାର ରହସ୍ୟ ହୋଇଥିବାବେଳେ ଅଧ୍ୟାପନା କ୍ଷେତ୍ରରୁ ରାଜନୀତିକୁ ଲମ୍ଫ ଦେଇ ସେ ଯେତିକି ସଫଳତା ସାଉଁଟିଛନ୍ତି ତାହା କେନ୍ଦୁଝର ରାଜନୀତିରେ ଖୁବ୍ କମ୍ ରାଜନେତାଙ୍କୁ ଏହି ସୁଯୋଗ ମିଳିଛି । ହେଲେ ଏହି ବହୁ ଚର୍ଚ୍ଚିତ ରାଜନେତା ଜଣଙ୍କ କରୋନା କଟକଣା, ଲକଡାଉନ ଓ ସଟଡାଉନ ସମୟରେ ତାଙ୍କ ସମୟ କେଉଁଠି କଟୁଛି ତାହା ଅନେକଙ୍କୁ ଅଜଣା ଥିବାବେଳେ ସେ ଯେ ଏହି ସମୟ ପରିବେଶ ସୁରକ୍ଷା ପାଇଁ ଦେଉଛନ୍ତି ତାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଏପରିକି ପରିବେଶ ସୁରକ୍ଷା ପାଇଁ ସେ ଯେ ଦୀର୍ଘ ବର୍ଷରୁ କାମ ଜାରି ରଖିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇଯାଇଛି । ଗଡବାନ୍ଧଗୋଡା ଗ୍ରାମରେ ନିଜର ସାଢେ ସାତ ଏକର ପରିମିତ ଜାଗାରେ ସେ ଶାଗୁଆନ, ଆମ୍ବ, ନଡିଆ, ତେଜପତ୍ର, ଗୁଆ, ଅଶୋକ ଆଦି ନାମିଦାମୀ ବହୁ ପ୍ରକାରର ଗଛ ଲଗାଇ ତାହାର ଯତ୍ନ ନେବା ସହ ଅଞ୍ଚଳର ବିଭିନ୍ନ ମଠ, ମନ୍ଦିର ଓ ବିଦ୍ୟାଳୟମାନଙ୍କରେ ବୃକ୍ଷ ରୋପଣ ପାଇଁ ମୂଲ୍ୟବାନ ଚାରା ମଧ୍ୟ ଯୋଗାଇ ଦେଉଥିବା ଜଣାପଡିଛି । ଉଜୁଡା ଜଙ୍ଗଲର ପୁନଃରୁଦ୍ଧାର, ରାସ୍ତା ପାର୍ଶ୍ବ ବୃକ୍ଷରୋପଣ କ୍ଷେତ୍ରରେ ସେ ଦୀର୍ଘଦିନ ହେଲା ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରି ଆସୁଥିବାବେଳେ କରୋନା କଟକଣା ସମୟରେ କଟକଣା ରୀତିନୀତି ମାନି ସେ ଏବେ ପରିବେଶ ସୁରକ୍ଷା ପାଇଁ ମନୋନିବେଶ କରିବା ସହ ଜନସାଧାରଣଙ୍କ ସମସ୍ୟା ପ୍ରତି ମଧ୍ୟ ନଜର ଦେଉଥିବା ଦେଖାଯାଇଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories