www.samajalive.in
Sunday, December 7, 2025
23.1 C
Bhubaneswar

ମହିଳାଙ୍କ ମୁଣ୍ଡ କାଟି ନେଲା ଦୁର୍ବୃତ୍ତ

ପାଟଣା : କେନ୍ଦୁଝର ଜିଲ୍ଲା ସଦର ବ୍ଲକ କାଠବାରୀ ପଞ୍ଚାୟତ ଜଗନ୍ନାଥପୁର ବୁଢାବଣ ନିକଟରେ ଆଜି ଅପରାହ୍ନରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଜଗନ୍ନାଥ ପୁର ଗ୍ରାମର ସୁନାରାମ ମହାନ୍ତଙ୍କ ପତ୍ନୀ କେସରୀ ମହାନ୍ତ (୫୦) ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ଦ୍ବାରିକାପଶି ସାପ୍ତାହିକ ହାଟକୁ ଲଙ୍କା ବିକ୍ରି କରିବା ପାଇଁ ଆସୁଥିବାବେଳେ ରାସ୍ତା କଡ଼ ବୁଦା ମୁଳରେ ବସିଥିବା କେହି ଜଣେ ଦୁର୍ବୃତ୍ତ ହଠାତ୍ ବୁଦାରୁ ବାହାରି କେସରୀ ମହାନ୍ତଙ୍କ ମୁଣ୍ଡକୁ ଏକ ଟାଙ୍ଗିଆରେ ହାଣି ତାଙ୍କ ଶରୀରରୁ ଅଲଗା କରିଦେବା ପରେ ମୁଣ୍ଡକୁ ଧରି କୁଆଡେ ଫେରାର ହୋଇ ଯାଇଛି। ଏହି ଲୋମହର୍ଷକ ଦୃଶ୍ୟ ଦେଖିବାକୁ ସେଠାରେ ଲୋକଙ୍କ ଭିଡ଼ ଲାଗିଥିଲା । ସଦର ପୁଲିସ ଖବର ପାଇବା ପରେ ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କେସରୀଙ୍କୁ ତାଙ୍କ ଜ୍ବାଇଁ ହତ୍ୟା କରିଥିବା ଚର୍ଚ୍ଚା ହେଉଥିବାରୁ ଜ୍ବାଇଁ ଘର ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚିକିଣିଆ ଗ୍ରାମକୁ ଆସି ଜ୍ବାଇଁ ଅକ୍ଷୟ ଘରେ ଥିବା ପୁଲିସ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ସେହି ଜଗନ୍ନାଥପୁର ଗ୍ରାମର ଜନୈକ ବ୍ୟକ୍ତି କେସରୀଙ୍କୁ ହତ୍ୟା କରିଥିବା ଚର୍ଚ୍ଚା ଥିବାରୁ ପୁଲିସ ଜଗନ୍ନାଥପୁର ଗ୍ରାମକୁ ଯାଇ ଛାନଭିନ୍ ଚଳାଇଛି। ମହିଳାଙ୍କୁ ଯେଉଁ ଠାରେ ମୁଣ୍ଡ କାଟି ଦିଆଯାଇଥିଲା ସେଠାରୁ ଅଳ୍ପ ଦୂରରେ ଏକ ବୁଦାରେ ଟାଙ୍ଗିଆଟି ପଡିଥିବା ଦେଖାଯାଇଛି। ଶତୃତା ଅଥବା ଗୁଣିଗାରେଡି ନେଇ ଏହି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories