www.samajalive.in
Saturday, December 6, 2025
23.1 C
Bhubaneswar

ଏଥର ଇନଫୋସିଟି ଅଞ୍ଚଳରେ ପଥୋତ୍ସବ : ଝୁମିଲେ ରାଜଧାନୀବାସୀ

ଭୁବନେଶ୍ଵର : ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଆୟୋଜିତ ହୋଇଛି ତୃତୀୟ ପଥୋତ୍ସବ କାର୍ଯ୍ୟକ୍ରମ। ଆଜି ବିଏମସିର ଉତ୍ତର ଜୋନ୍‌ ର ଇନଫୋସିଟି ଛକଠାରୁ ସିଲିକନ୍ କଲେଜ୍ ଛକ ପର୍ଯ୍ୟନ୍ତ ଚଳିତ ବର୍ଷର ତୃତୀୟ ପଥୋତ୍ସବ ଆୟୋଜିତ ହୋଇଛି। ଏଥର ପଥୋତ୍ସବରେ ଜଲଓ୍ବା ଦେଖାଇଛନ୍ତି ଗାୟିକା ଅର୍ଚ୍ଚନା ପାଢୀ ଏବଂ ରୁକୁସୁନା। ଇନଫୋସିଟି – ସିଲିକନ୍ ରାସ୍ତାରେ ପାଖାପାଖି ୧ କିଲୋମିଟର ବ୍ୟାପୀ ଏହି କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ସବୁ ବର୍ଗର ସବୁ ବୟସର ପୁରୁଷ , ମହିଳା , ଶିଶୁ ମାନଙ୍କ ମନୋରଞ୍ଜନ ଠାରୁ ଆରମ୍ଭ କରି ଖେଳ କୁଦ ପାଇଁ ବ୍ୟବସ୍ଥା କରାଯାଇଛି। ଖାଲି ସେତିକି ନୁହେଁ କମେଡି, ଯୋଗ, ତୀର ଚାଳନା, ବାସ୍କେଟ ବଲ୍‌, ବ୍ୟାଜ ସିଂଟନ, ସ୍ଲାଇଜ୍‌, ସାପ-ସିଡି ଖେଳ, ବେଲୁନ୍ ସୁଟିଂ, ଏକ ଚକିଆ ସାଇକେଲ ଚାଳନା, ସାଇକେଲ ଚାଳନା, ପେଣ୍ଟିଂ, ଝୋଟି ବା ରଙ୍ଗୋଲି, ଡ୍ରଇଂ, କ୍ଲେ-ମଡେଲିଂ, ଇତ୍ୟାଦିର ମଜ୍ଜା ନେଇଛନ୍ତି ମହାନଗର ନିଗମ ବାସିନ୍ଦା । ମେୟର, ବିଧାୟକ ବାବୁ ସିଂ, ଅପରାଜିତା ଷଡଙ୍ଗୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories