ସାପ୍ତାହିକ ରାଶିଫଳ

ମେଷ: ରବିବାର ଜଗିରଖି ଚଳିବେ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ମାନସିକ ଅବସାଦ ଦେଖାଦେବ। ସୋମବାର ଓ ମଙ୍ଗଳବାର କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ। ବୁଧବାର ଓ ଗୁରୁବାର ଦୂରଦେଶକୁ ଯାତ୍ରା କରିପାରନ୍ତି। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।

ବୃଷ: ରବିବାର ଧନଲାଭ ହେବ। ସୋମବାର ଓ ମଙ୍ଗଳବାର ସାବଧାନତା ଅବଲମ୍ବନ କରନ୍ତୁ। ବିବାଦରେ ପଡ଼ିପାରନ୍ତି। ବୁଧବାର ଓ ଗୁରୁବାର ଭାବିଚିନ୍ତି କାର୍ଯ୍ୟ କରନ୍ତୁ। ଆୟ ଓ ବ୍ୟୟ ସମାନ ରହିବ। ଶୁକ୍ରବାର ଓ ଶନିବାର ପ୍ରଗତିଶୀଳ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ରୁଦ୍ରାଷ୍ଟକ ପାଠ କରନ୍ତୁ।

ମିଥୁନ: ରବିବାର ପାକସ୍ଥଳୀରେ ପୀଡ଼ା ଅନୁଭୂତ ହୋଇପାରେ। ଋଣଗ୍ରସ୍ତ ହେବେ। ସୋମବାର ଓ ମଙ୍ଗଳବାର କର୍ମପ୍ରବଣତା ଆପଣଙ୍କ ଭୂଷଣ ହେବ। ବୁଧବାର ଓ ଗୁରୁବାର ଶତ୍ରୁ ବୃଦ୍ଧି ହେବ। ଯାନବାହନ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ଦ୍ରବ୍ୟପ୍ରାପ୍ତିର ଯୋଗ ରହିଛି। ପ୍ରୀତିବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ସହଯୋଗପ୍ରାପ୍ତ କରିବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।

କର୍କଟ: ରବିବାର ସାଫଲ୍ୟ ମଣ୍ଡିତ ହେବେ। କର୍ମନିଷ୍ଠା ହେତୁ ସମ୍ମାନିତ ହେବେ। ସୋମବାର ଓ ମଙ୍ଗଳବାର ପ୍ରତିଘାତର ସମ୍ମୁଖୀନ ହେବେ। ଶତ୍ରୁ ବୃଦ୍ଧି ହେବେ। ବୁଧବାର ଓ ଗୁରୁବାର ଦେବଦର୍ଶନରେ ଆନନ୍ଦ ଲାଭ କରିବେ। ଶୁକ୍ରବାର ଓ ଶନିବାର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। କାର୍ଯ୍ୟକ୍ଷେତ୍ରରେ ଦ୍ବନ୍ଦ୍ବ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ ମନ୍ତ୍ର ଜପ କରନ୍ତୁ।

ସିଂହ: ରବିବାର ଆର୍ଥିକ ଲାଭ ସହ ବନ୍ଧୁ ସହଯୋଗ ପ୍ରାପ୍ତ କରିବେ। ସୋମବାର ଓ ମଙ୍ଗଳବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବିବାଦର ସମ୍ମୁଖୀନ ହେବେ। ବୁଧବାର ଓ ଗୁରୁବାର ନକରାତ୍ମକ ଚିନ୍ତାଧାରା ସୃଷ୍ଟି ହେବ। ପାରିବାରିକ କଳହ ଦେଖାଦେବ। ଶୁକ୍ରବାର ଓ ଶନିବାର ଆଧ୍ୟାତ୍ମିକ ଚିନ୍ତାଧାରାଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

କନ୍ୟା: ରବିବାର ବ୍ୟକ୍ତିତ୍ବ ଆପଣଙ୍କ ଭୂଷଣ ହେବ। ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ସୋମବାର ଓ ମଙ୍ଗଳବାର ହାତେ ମାପି ଚାଖଣ୍ଡେ ଚାଲନ୍ତୁ। ବୁଧବାର ଓ ଗୁରୁବାର ଯୋଜନା ଅନୁସାରେ କାର୍ଯ୍ୟ କରି ସଫଳତା ଲାଭ କରିବେ। ସୁସ୍ବାଦୁ ଭୋଜନ ପ୍ରାପ୍ତି ହେବ। ଶୁକ୍ରବାର ଓ ଶନିବାର ପାରିବାରିକ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ଲଂ ଲଳିତାଭ୍ୟାଂ ନମଃ ମନ୍ତ୍ର ଜପ କରନ୍ତୁ।

prayash

ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଦୂରଯାତ୍ରା କରିପାରନ୍ତି। ଅବିବାହିତ ମହିଳା ଓ ପୁରୁଷଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ବୁଧବାର ଓ ଗୁରୁବାର ବାକ୍‌ ସଂଯମୀ ହୁଅନ୍ତୁ। ଋଣଗ୍ରସ୍ତ ହୋଇପାରନ୍ତି। ଶୁକ୍ରବାର ଓ ଶନିବାର କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିବ। ମହିଳା ଓ ବିଦ୍ୟାର୍ଥୀ ଅର୍ଥଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବଙ୍କ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

ବିଛା: ରବିବାର ଓ ସୋମବାର କର୍ମ ଅନୁସାରେ ଫଳପ୍ରାପ୍ତ କରିବେ। ପିତାମାତାଙ୍କର ଆଶୀର୍ବାଦ ଲାଭ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ଫଳ ପ୍ରଦାନ କରିବ। ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ଶୁକ୍ରବାର ଓ ଶନିବାର ଦୂରଦେଶରୁ ସୁସମ୍ବାଦ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ମା’ ବଗଳାମୁଖୀଙ୍କ ମନ୍ତ୍ର ଜପ କରନ୍ତୁ।

ଧନୁ: ରବିବାର ପଡ଼ୋଶୀଙ୍କ ସହ କଳହ ସୃଷ୍ଟି ହୋଇପାରେ। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଚିନ୍ତାଯୁକ୍ତ ହେବେ। ଧୈର୍ଯ୍ୟ ସହ କାର୍ଯ୍ୟ କରିବେ। ଗୁରୁବାରଠାରୁ ଶନିବାର କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପଦୋନ୍ନତି ମିଳିପାରେ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ସମସ୍ୟା ଦୂରୀଭୂତ ହେବ। ରିଷ୍ଟ ଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।

ମକର: ରବିବାର ଭାଗ୍ୟବାଦୀ ହେବେ। ସୋମବାର ଓ ମଙ୍ଗଳବାର ଜଗିରଖି ଚଳିବେ। କାର୍ଯ୍ୟ କ୍ଷେତ୍ରରେ ବାଧା ଦେଖାଦେବ। ଅପଦସ୍ତ ହୋଇପାରନ୍ତି। ବୁଧବାର ଓ ଗୁରୁବାର ବିଳମ୍ବରେ ସଫଳତା ମିଳିବ। ଶୁକ୍ରବାର ଓ ଶନିବାର ବ୍ୟବସାୟରେ ନୂଆ ଯୋଜନା ପ୍ରସ୍ତୁତ କରିବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ହ୍ରୀଂ ଦକ୍ଷିଣକାଳିକା​‌େ​‌ୟୖ ନମଃ ମନ୍ତ୍ର ଜପ କରନ୍ତୁ।

କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଜମିବାଡ଼ି ସମ୍ବନ୍ଧୀୟ ସମସ୍ୟା ଦୂରହେବ। ପରୋପକାରୀ ହେବେ। ବୁଧବାର ଓ ଗୁରୁବାର ପିଲାମାନଙ୍କ କ୍ୟାରିୟରକୁ ନେଇ ଚିନ୍ତା ପ୍ରକଟିତ ହେବ। ଶୁକ୍ରବାର ଓ ଶନିବାର ମଧ୍ୟମ ଫଳ ପ୍ରାପ୍ତ କରିବେ। ପାରିବାରିକ ଶାନ୍ତିଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦ ଚିତ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ମୀନ:ରବିବାର ଓ ସୋମବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଲୋକ ସମ୍ପର୍କ ବୃଦ୍ଧି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ନୂତନ ଚିନ୍ତାଧାରାଯୁକ୍ତ ହେବେ। ଆତ୍ମବିଶ୍ବାସ ବୃଦ୍ଧି ହେବ। ମନନଶୀଳ ହେବେ। ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ଶୁକ୍ରବାର ଓ ଶନିବାର ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ମାନବବାଦୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

kalyan agarbati

Comments are closed.