ମହାକାଶରେ ମହାଜାଗତିକ ଦୃଶ୍ୟ, ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଶୁକ୍ର
ଭୁବନେଶ୍ୱର: ମହାକାଶରେ ଦେଖାଦେବ ମହାଜାଗତିକ ଦୃଶ୍ୟ। ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଶୁକ୍ର। ମଙ୍ଗଳବାର ଅର୍ଥାତ ମେ’ ୨୩ ତାରିଖ ସନ୍ଧ୍ୟାରେ ଉଜ୍ଜ୍ୱଳ ଗ୍ରହ ଶୁକ୍ରର ଖୁବ ନିକଟରେ ଦେଖାଯିବ ଚନ୍ଦ୍ର। ମେ’ ୨୩ ତାରିଖ ଦିନ ସେମାନଙ୍କ ଭିତରେ କୌଣସି ଦୂରତା ପ୍ରାୟ ୨ ଡିଗ୍ରୀ ରହିବ ଏବଂ ସେମାନଙ୍କ ଭିତରେ କୌଣସି ଦୂରତା ବଢ଼ିଯାଇ ପ୍ରାୟ ୧୫ ଡିଗ୍ରୀ ହେବ। ମେ’ ମାସ ଶେଷ ସପ୍ତାହ ତଥା ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ସବୁଦିନ ସନ୍ଧ୍ୟାରେ ପ୍ରାୟ ୨ଘଣ୍ଟା ଧରି ଉଜ୍ଜ୍ୱଳ ଶୁକ୍ର ଗ୍ରହକୁ ପଶ୍ଚିମ ଆକାଶରେ ଆମେ ଖାଲି ଆଖିରେ ଦେଖିପାରିବା।
ଏହା ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ। ଯାହାକୁ ଖାଲି ଆଖିରେ ଦେଖିହେବ। ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଆକାଶ ମେଘମୁକ୍ତ ଥିଲେ ଏହାକୁ ମେ’ ୨୩ ତାରିଖ ସନ୍ଧ୍ୟା ୬ଟା ୩୦ରୁ ୯.୧୫ ପର୍ଯ୍ୟନ୍ତ ଦେଖିହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିଅମ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।
Comments are closed.