କାମ କରି ପାଉଣା ପାଇନଥିବାରୁ ୪ ବନ କର୍ମଚାରୀଙ୍କୁ ଅଟକ ରଖିଲେ ଶ୍ରମିକ

ପାଟଣାଗଡ: ଲରମ୍ଭା ଥାନା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବାନ୍ଧେନମାଲ ଏବଂ ଖୋଲାଗଡର କେତେକ ଶ୍ରମିକ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ କରି ଦୀର୍ଘ ଦିନ ପରେ ମଧ୍ୟ ସେମାନଙ୍କ ପାଉଣା ପାଇନଥିବାରୁ ପାଟଣାଗଡ ରେଞ୍ଜର ୪ ଜଣ କର୍ମଚାରୀଙ୍କୁ ଗତକାଲି ଦିନ ୨ ଘଣ୍ଟାରୁ ଉକ୍ତ ଅଞ୍ଚଳରେ ଅଟକ ରଖିଥିବା ଜଣାଯାଇଛି ।

prayash

ପ୍ରକାଶ ଯେ, ବାନ୍ଧେନମାଲ ଏବଂ ଖୋଲାଗଡ ଗ୍ରାମରେ ଶ୍ରମିକମାନେ ପ୍ରାୟ ୮ ମାସ ତଳେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବନ ବିଭାଗ ପକ୍ଷରୁ କରାଯାଇଥିବା କିଛି କାମ କରିଥିଲେ । କିନ୍ତୁ ବିଡମ୍ବନାର ବିଷୟ ବର୍ତ୍ତମାନ ସୁଦ୍ଧା ସେମାନେ ସେମାନଙ୍କର ପାଉଣା ପାଇନାହାନ୍ତି । ପଶ୍ଚିମ ଓଡିଶାର ମହାନ ପର୍ବ ନୂଆଁଖାଇ ପୂର୍ବରୁ କୌଣସି ପ୍ରକାରେ ଶ୍ରମିକମାନଙ୍କୁ ସେମାନଙ୍କ ପାଉଣା ଦିଆଯିବାକୁ ବିଭାଗ ପକ୍ଷରୁ ନିର୍ଭର ପତିଶ୍ରୁତି ମଧ୍ୟ ଦିଆଯାଇଥିଲା ।

କିନ୍ତୁ ତାହା ମଧ୍ୟ ହୋଇପାରିଲା ନାହିଁ । ଫଳରେ ଗରୀବ ଶ୍ରମିକମାନେ ପାଟଣାଗଡ ରେଞ୍ଜରଙ୍କ ସମେତ ୪ ଜଣ ବନ କର୍ମଚାରୀଙ୍କୁ ଆଜି ଦିନ ୨ ଘଣ୍ଟାଠାରୁ ଅଟକ ରଖିଥିବା ଜଣାଯାଇଛି । ଆନ୍ଦୋଳନକାରୀ ଶ୍ରମିକମାନେ ସେମାନଙ୍କ ପାଉଣା ନ ପାଇବା ଯାଏ ଅଟକ କର୍ମଚାରୀଙ୍କୁ ଛାଡିବାକୁ ସଂପୂର୍ଣ୍ଣ ନାରାଜ ଥିବା ବେଳେ ଅଟକ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

kalyan agarbati

Comments are closed.