ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳ ସାହାରପଡ଼ା ବ୍ଲକ ଅନ୍ତର୍ଗତ ବେଗେନା ଉଚ୍ଚ ବିଦ୍ୟାଳୟରୁ ୨ଟି ଲାପଟପ୍, ୨ଟି ମନିଟର ଓ ୨ଟି ସିସିଟିଭି ଚୋରି କରିବା ଅଭିଯୋଗରେ ପାଟଣା ପୁଲିସ ବେଗେନା ଗ୍ରାମର ଦୁଇ ଜଣକୁ ଗିରଫ କରିଛି। ଗିରଫ ଦୁଇ ହେଲେ ବେଗେନା ଗ୍ରାମର ସୁବ୍ରତ ସେଠୀ (୩୩) ଓ ନନ୍ଦକିଶୋର ସେଠୀ (୨୫) ବୋଲି ଜଣାପଡିଛି। ଅଭିଯୋଗ ଅନୁଯାୟୀ ଗତ ରାତିରେ ଉଭୟ ବିଦ୍ୟାଳୟରେ ପଶି ୨ ଟି ଲାପଟପ୍, ୨ଟି ସିସିଟିଭି କ୍ୟାମେରା ଓ ମନିଟର ଚୋରି କରୁଥିବା ସମୟରେ ଲୋକଙ୍କ ହାତରେ ଧରାପଡିଥିଲେ। ଅଭିଯୋଗ ପରେ ଥାନା ଏଏସଆଇ ବିମଲ କୁମାର ଗିରି ଘଟଣାର ତଦନ୍ତ କରି ଆଜି ଅଭିଯୁକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କରିଛି।
Popular Categories



