ପାଟଣା: ଆୟୁଷ୍ମାନ ଯୋଜନାରେ କେନ୍ଦ୍ର ସରକାର ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ନିଯୁକ୍ତ ଯୋଗ ପ୍ରଶିକ୍ଷକ ମାନଙ୍କୁ ନିୟମିତ କରାଯିବାକୁ ସଂଘ ଦାବି ରଖିଛି। ଏନେଇ ସଂଘ ପକ୍ଷରୁ ଜାତୀୟ ଜନଜାତି କମିଶନ ସଦସ୍ୟ ପୂର୍ବତନ ସାଂସଦ ଅନନ୍ତ ନାୟକ ଙ୍କୁ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟର ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଗୁଡିକରେ ତାଲିମପ୍ରାପ୍ତ କୁଶଳୀ ଦକ୍ଷ ଯୋଗ ପ୍ରଶିକ୍ଷକ ମାନଙ୍କୁ ଦୀର୍ଘ ୪ ବର୍ଷ ହେଲା ପାର୍ଟ ଟାଇମ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଯାହା ଫଳରେ ସେମାନେ ସମସ୍ୟା ରେ ଥିବାରୁ ପାର୍ଟ ଟାଇମ ପ୍ରଥା ଉଚ୍ଛେଦ, ସେସନ ଫି ୫ ସହ ଟଙ୍କାରୁ ଅଧିକ ବୃଦ୍ଧି ସହ ସ୍ଥାୟୀ ନିଯୁକ୍ତି, ଡାକ୍ତରଖାନାରେ ଘର, ଆସବାବ ଉପକରଣ ବ୍ୟବସ୍ଥା, ଯୋଗ ପ୍ରଶିକ୍ଷକଙ୍କୁ ସପ୍ତାହରେ ୬ ଦିନର କାର୍ଯ୍ୟ ବ୍ୟବସ୍ଥା ,ପ୍ରତେକ ଆରୋଗ୍ୟ କେନ୍ଦ୍ରରେ ଜଣେ ଯୋଗ ଶିକ୍ଷକ ନିଯୁକ୍ତି, ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାତାୟାତ ଭତ୍ତା ଆଦି ବିବିଧ ଦାବି ନେଇ ଓଡିଶା (ଆୟୁଷ) ଯୋଗ ଶିକ୍ଷକ ସଂଘର ସୁମନ୍ତ ବେହେରା, ଦୁଷ୍ମନ୍ତ ନାଏକ, ଚିକୁରି ବେଜ, ବିନ୍ଦୁ କୁମାରୀ ରଣା, ବାଦଲ ମହାନ୍ତ, ତ୍ରିନାଥ ବାରିକ, ହରପ୍ରିୟା ମହାନ୍ତ,ପିଙ୍କି ସେଠୀ, ଗୀତାଞ୍ଜଳୀ ମହାନ୍ତ ଓ ତପ ପ୍ରକାଶ ରାଉତ ପ୍ରମୁଖ ଜନଜାତି କମିଶନ ସଦସ୍ୟ ଶ୍ରୀ ନାୟକଙ୍କୁ ଭେଟି ସଂଘର ଦାବି ଜଣାଇବା ସହ ଦାବିପତ୍ର କେନ୍ଦ୍ର ସରକାରଙ୍କୁ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।
Popular Categories



