QNETIC – Mobile

କାନଝରୀ ବନ୍ଧରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଭାଲୁକିପତଳା ଗ୍ରାମର କୈଳାସ ମହାନ୍ତଙ୍କ ପୁଅ ପ୍ରତୀକ ମହାନ୍ତ (୨୮) କାନଝରୀ ବନ୍ଧରେ ବୁଡି ଗତ ତିନି ଦିନ ତଳେ ନିଖୋଜ ହୋଇଯାଇଥିଲେ । ତାଙ୍କ ମୃତଦେହ ଆଜି କାନଝରୀ ବନ୍ଧରୁ ଉଦ୍ଧାର ହୋଇଛି । ସେ କାନଝରୀ ଅଞ୍ଚଳକୁ ବୁଲିବାକୁ ଯାଇ ବାଇକଟି ବନ୍ଧର ୨ନଂ ଫାଟକ ରାସ୍ତାରେ ଠିଆ ହୋଇରହିଥିବା ବେଳେ ପ୍ରତୀକ ବନ୍ଧରେ ବୁଡି ଯାଇଥିଲେ । ପାଟଣା ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ଟ ଟିମ ଖୋଜାଖୋଜି କରିଥିଲେ ମଧ୍ୟ ପ୍ରତୀକ ମହାନ୍ତଙ୍କ ସନ୍ଧାନ ମିଳିନଥିଲା । ଆଜି ତାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ପାଣି ଭିତରୁ ମୃତଦେହକୁ ଉଦ୍ଧାର କରିଛନ୍ତି ।

Comments are closed.