ସାପ କାମୁଡାରେ ଶିଶୁ କନ୍ୟା ମୃତ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବାଙ୍କପାଟୁଳି ଗ୍ରାମର ଭୀମସେନ ସାହୁଙ୍କ ଝିଅ ମାମୁନି ସାହୁ (୫) ସାପ କାମୁଡାରେ ପ୍ରାଣ ହରାଇଛି। ଆଜି ଦିନ ୧୧ଟା ସମୟରେ ନିଜ ଘର ଭିତରେ ପଲସ୍ତରା ହୋଇ ନଥିବା ଇଟା ଥାକରୁ ଶାଢ଼ୀ ଆଣିବା ସମୟରେ ଶାଢ଼ୀ ଭିତରୁ ଏକ ନାଗ ସାପ ବାହାରି ମାମୁନିଙ୍କ ହାତକୁ କାମୁଡି ଦେଇ ଘରୁ ବାହାରି ଯାଇଥିଲା। ଗୁରୁତର ମାମୁନିଙ୍କୁ କେନ୍ଦୁଝର ଡାକ୍ତରଖାନା ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ସାଢେ଼ ୧୨ଟା ସମୟରେ ମାମୁନି ପ୍ରାଣ ହରାଇଛି। ଖବର ପାଇବା ପରେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ କେନ୍ଦୁଝର ଯାଇ ମୃତ ଶିଶୁ କନ୍ୟାର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।

Comments are closed.