www.samajalive.in
Sunday, December 14, 2025
26.1 C
Bhubaneswar

ନବ ନିର୍ବାଚିତ ସରପଞ୍ଚଙ୍କୁ ଗାଁ ସାଥି ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ପାଟଣା: ଗୁରୁବାର ଗାଁ ସାଥି (ମେଟ) ସଙ୍ଘ ଦ୍ୱାରା ସ୍ୱାଗତ ଓ ଅଭ୍ୟର୍ଥନା ସଭା ଅନୁଷ୍ଠିତ। ଗୁରୁବାର ଗାଁ ସାଥି ସଙ୍ଘ ଜିଲ୍ଲା ସମ୍ପାଦକ ଅଜିତ କୁମାର ମହାନ୍ତଙ୍କ ଆବାହନ କ୍ରମେ ଚେମଣା ଗ୍ରାମ ପଂଚାୟତ ଗ୍ରାମ ସାଥି ସଙ୍ଘ ଦ୍ୱାରା ନବ ନିର୍ବାଚିତ ସରପଞ୍ଚ ହେମଲତା ନାଏକଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପାଟଣା ବ୍ଲକ କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଚେମଣା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶ୍ରୀ ଶୋଭାରାଣୀ ସେଠୀ ଓ ଗ୍ରାମ ରୋଜଗାର ସେବକ ହରେକୃଷ୍ଣ ମହାନ୍ତ ଯୋଗଦାନ କରି ନୂତନ ଆର୍ଥିକ ବର୍ଷ ୨୦୨୨-୨୩ ମସିହାରେ ଚେମଣା ଗ୍ରାମ ପଂଚାୟତ ମାଧ୍ୟମରେ ଗ୍ରାମ ସାଥିମାନଙ୍କ ଦ୍ୱାରା ମନରେଗା କାର୍ଯ୍ୟର ସୁପରିଚାଳନା ନିମନ୍ତେ ଦିଗଦର୍ଶନ ଦେଇଥିଲେ।

କାର୍ଯ୍ୟକ୍ରମରେ ଚେମଣା ଗ୍ରାମ ପଞ୍ଚାୟତ ଗାଁ ସାଥି ଉଦୟଭାନୁ ନାଏକ, ଗୋବିନ୍ଦ ଚନ୍ଦ୍ର ମହାନ୍ତ, ଦୂର୍ଯ୍ୟଧନ ମହାନ୍ତ, ପୂର୍ଣଚନ୍ଦ୍ର ମହାନ୍ତ, ଲକ୍ଷ୍ମୀଧର ମହାନ୍ତ ଓ ସ୍ୱେଚ୍ଛାସେବୀ କ୍ଷେତ୍ରବାସୀ ମହାନ୍ତ, ରବୀନ୍ଦ୍ର ମହାନ୍ତ, କେଶବ ମହାନ୍ତ, ସନାତନ ମହାନ୍ତ, ବୀଣା ନାଏକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

Related Articles

Popular Categories