ପାରିବାରିକ କଳହ ପାଇଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାନଜାମୁପଶି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ଜଣେ ବ୍ୟକ୍ତି ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଗ୍ରାମର ରାଜକିଶୋର ମୁଣ୍ଡା ବୋଲି ଜଣାପଡିଛି। ଗତକାଲି ସଂଧ୍ୟାରେ କୌଣସି କଥାକୁ ନେଇ ଘରେ ପାଟିତୁଣ୍ଡ ହୋଇଥିବା ବେଳେ ସେ ପୁରୁଣା ଘରୁ ନୂଆ ଘରକୁ ଶୋଇବା ପାଇଁ ଚାଲିଯାଇଥିଲେ। ତେବେ ଆଜି ସକାଳୁ ତାଙ୍କ ମୃତଦେହ ଘର ପଛପାଖ ଏକ ଗଛରେ ଝୁଲୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପାଟଣା ଥାନା କୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଆଜି ଅପରାହ୍ନରେ ମୃତଦେହ ପାଟଣାରେ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି।

Comments are closed.