www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେବେ ବ୍ଲକ ବିଜେଡ଼ି ସଭାପତି ମାଧବାନନ୍ଦ

ପାଟଣା :  ବାପା ଜଣେ କିମ୍ବଦନ୍ତୀ ପୁରୁଷ ଥିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନିକଟରେ ଥିଲେ । ଏତିକି ନୁହେଁ ପାଠ ପଢୁଥିବା ବେଳେ ଏବେର ଡି.ଏନ ଉଚ୍ଚ ବିଦ୍ୟାଳୟ ତଥା ତତ୍କାଳୀନ କେନ୍ଦୁଝର ସହରର ଗିବସନ ଉଚ୍ଚ ବିଦ୍ୟାଳୟ ସାମ୍ନା ରେ ଫରଫର ହୋଇ ଉଡୁଥିବା ବ୍ରିଟିଶ ପତାକା କୁ ଖୁଣ୍ଟରେ ଚଢି ଓହ୍ଲାଇ ଦେଇଥିଲେ। ଏପରିକି ପାଟଣା ବ୍ଲକ ଏ ଏକାଧିକ ବାର ଅଧ୍ୟକ୍ଷ ମଧ୍ୟ ଥିଲେ। ପାଟଣା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଭିତ୍ତିଭୂମି ସଜାଡ଼ିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ବିଜେଡ଼ି ର ଜିଲା ମଙ୍ଗ ସମ୍ଭାଳି ଥିବା ବଦ୍ରିନାରାୟଣ ପାତ୍ର ଙ୍କ ମଧ୍ୟ ତାଙ୍କ ଉପରେ ପୂର୍ଣ୍ଣ ଭରସା ଥିଲା। ଏପରିକି ତାଙ୍କ ପୁତ୍ରବଧୂ ଶାରାଲତା ପୃଷ୍ଟି ମଧ୍ୟ ଏକଦା ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଥିଲେ। ସେ ହେଉଛନ୍ତି  ସେହି ପାଟଣା ମାଟିର କିମ୍ବଦନ୍ତୀ ପୁରୁଷ ସ୍ବର୍ଗତ ଅନିରୁଦ୍ଧ ପୃଷ୍ଟିଙ୍କ କଥା। ଆଜି ସେ ନାହାନ୍ତି ସତ ପାଟଣା ରେ ଅଣ କଂଗ୍ରେସ ମଙ୍ଗ ସମ୍ଭାଳି ଥିବା ଏହି ପରିବାର ର ପୃଷ୍ଟି ଙ୍କ ପୁଅ ମାଧବା ନନ୍ଦ ପୃଷ୍ଟି ଦୀର୍ଘ ବର୍ଷ ଧରି ପାଟଣା ବ୍ଲକ ବିଜୁ ଜନତା ଦଳ ର ମଙ୍ଗ ସମ୍ଭାଳିଛନ୍ତି । ତାଙ୍କ ନେତୃତ୍ୱ ରେ ଦଳ ସଫଳତା ମଧ୍ୟ ପାଇଛି। ନିଜେ ନିର୍ବାଚିତ ହୋଇ ଲୋକ ପ୍ରତିନିଧି ହେବାର ଲୋଭ ଛାଡି ସେ ଦଳ ପାଇଁ ତ୍ୟାଗ ସହିଛନ୍ତି। ଏପରିକି ଗଲା ପଞ୍ଚାୟତିରାଜ ନିର୍ବାଚନରେ ମଧ୍ୟ ଦଳକୁ ଅଦ୍ଭୂତପୂର୍ବ ସଫଳତା ମିଳିଛି। ଏପରି ଏକ ସୁଖଦ ମୁହୂର୍ତ୍ତରେ ରାଜନୀତି ରୁ ବୀତସ୍ପୃହ ହୋଇ ସନ୍ନ୍ୟାସ ନେବାକୁ ମନସ୍ଥ କରିଥିବା ସୂଚନା ମିଳିଛି। ସେ ସଂଗଠନ ପାଇଁ ସମୟ ଦେଉଥିବା ରୁ ନିଜ ପଞ୍ଚାୟତ ରେ ଦଳର ଉନ୍ନତି ପ୍ରଦର୍ଶନ ରେ ସନ୍ତୁଷ୍ଟ ନଥିବା ବିଶ୍ଵସ୍ତ ସୂତ୍ର ରୁ ଜଣାପଡିଛି। ସେ ପ୍ରତ୍ୟକ୍ଷ ରାଜନୀତି ରୁ ସନ୍ନ୍ୟାସ ବେଳେ ମଧ୍ୟ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ପ୍ରାଥମିକ ସଦସ୍ୟ ଭାବେ ଗୁଣ୍ଡୁଚି ମୂଷା ଭଳି କାମ କରିବେ ବୋଲି ମତ ରଖିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories