www.samajalive.in
Monday, December 15, 2025
15.1 C
Bhubaneswar

ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ୩ଟି ପଞ୍ଚାୟତରୁ ସମିତି ସଭ୍ୟା ପ୍ରାର୍ଥୀନୀ

ପାଟଣା: ପୂର୍ବତନ କେନ୍ଦୁଝର ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ ଚଳିତ ପଞ୍ଚାୟତିରାଜ ନିର୍ବାଚନରେ ଏକା ସାଙ୍ଗରେ ତିନୋଟି ପଞ୍ଚାୟତରୁ ସମିତି ସଭ୍ୟା ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ସେ ନିଜ ପଞ୍ଚାୟତ ଖଜିରାପାଟ, ଉଦୟପୁର ଏବଂ ଶଙ୍ଖୁଆ ପଞ୍ଚାୟତର ସମିତି ସଭ୍ୟା ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୂଚନା ଯୋଗ୍ୟ ଯେ ଜିଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଜିଲା ପରିଷଦ ସଦସ୍ୟ ପ୍ରାର୍ଥୀ ହୋଇଥିବା ୨୯ ନମ୍ବର ଜୋନ ମଧ୍ୟରେ ଥିବା ଖଜିରାପାଟ ଓ ଉଦୟପୁର ପଞ୍ଚାୟତରେ ମମିତା ନାଏକ ସମିତି ସଭ୍ୟା ପ୍ରାର୍ଥୀ ହୋଇଥିବା ବେଳେ ୩୦ ନମ୍ବର ଜୋନ ଅଞ୍ଚଳର ଶଙ୍ଖୁଆ ପଞ୍ଚାୟତରେ ମଧ୍ୟ ସେ ସମିତି ସଭ୍ୟା ପ୍ରାର୍ଥୀ ହୋଇଛନ୍ତି।

ସେହିପରି ସାହାରପଡ଼ା ବ୍ଲକ ର ଶିବାନୀ ମଧ୍ୟ ଦୁଇଟି ପଞ୍ଚାୟତ ରୁ ସମିତିସଭ୍ୟା ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଶିବାନୀ ଦିଗପଶି ଓ ସିଲିପଦା ପଞ୍ଚାୟତ ପାଇଁ ସମିତିସଭ୍ୟା ପାଇଁ ପ୍ରାର୍ଥୀ ହୋଇଛନ୍ତି। ୩ ଟି ପଞ୍ଚାୟତ ରୁ ପ୍ରାର୍ଥୀ ହେବା ସମ୍ପର୍କରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ ଙ୍କୁ ଯୋଗାଯୋଗ କରାଯିବା ରେ ତାଙ୍କର ପ୍ରଶାସନ ଉପରେ ଭରସା ନଥିବା ରୁ ସେ ୩ ଟି ପଞ୍ଚାୟତ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ସତ୍ତ୍ୱେ ସେ ପ୍ରକୃତରେ ଗୋଟିଏ ପଞ୍ଚାୟତ ରୁ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories