www.samajalive.in
Sunday, December 14, 2025
17.1 C
Bhubaneswar

ଢେଙ୍କିକୋଟରେ ବିଜେଡ଼ିର ୨୫ ତମ ପ୍ରତିଷ୍ଠା ଦିବସ

ପାଟଣା: ଆଜି ଘଟଗାଁ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଢେଙ୍କିକୋଟ ହାଇ ସ୍କୁଲ ପଡିଆ ଠାରେ ୨୫ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏଥିରେ ଘଟଗାଁ ବ୍ଲକ ବିଜେଡି ସଭାପତି ଦୋଳଗୋବିନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ଘଷିପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର, ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ସେକ ଇମ୍ରାନ, ଜିଲ୍ଲା ବିଜେଡ଼ି ମହିଳା ଉପସଭାପତି ରଞ୍ଜିତା ରାଉତ, ଘଟଗାଁ ବ୍ଲକ ଅଧ୍ୟକ୍ଷା ଦୋପଦୀ ଦଣ୍ଟପାଟ, ଢେଙ୍କିକୋଟ ସରପଞ୍ଚ ଗୈାରୀ ବାରିକ, ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ମହାନ୍ତ, ଅଜିତ୍ କୁମାର ପାଢ଼ୀ, ବିକ୍ରମ କୁମାର ଜେନା, ଜିଲ୍ଲା ଛାତ୍ର ସମ୍ପାଦକ ଆଶିଷ କୁମାର ମଣ୍ଡଳ, ବ୍ଲକ ଯୁବ ସଭାପତି ରତନ ପଲେଇ, ବ୍ଲକ ମହିଳା ସଭାପତି ପୁଷ୍ପ ଲତା ରାଉତ ପ୍ରମୁଖ ଙ୍କ ସହ ବହୁ ସରପଞ୍ଚ ଓ ସମିତି ସଭ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ନବୀନ ସରକାରଙ୍କ ଲୋକପ୍ରିୟତା ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କର୍ମୀମାନଙ୍କୁ ସୂଚନା ଦିଆଯିବା ସହ ଆଗାମୀ ତ୍ରୀସ୍ତରୀୟ ପାୟତିରାଜ ନିର୍ବାଚନରେ ଜିଲ୍ଲାପରିଷଦ ସଦସ୍ୟ ଠାରୁ ଆରମ୍ଭ କରି ଦଳୀୟ ସମର୍ଥୀତ ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ଏକତରଫା ବିଜୟ ଆଣି ଦେବା ପାଇଁ ମୁଖ୍ୟ ଅତିଥି ଶ୍ରୀ ପାତ୍ର ଦଳୀୟ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories