www.samajalive.in
Sunday, December 14, 2025
26.1 C
Bhubaneswar

ସାକ୍ଷୀଗୋପାଳରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ସାକ୍ଷୀଗୋପାଳ: ସାକ୍ଷୀଗୋପାଳରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ତଥା ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସତ୍ୟବାଦୀ ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ କୁମାର ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ସାକ୍ଷୀଗୋପାଳ ମନ୍ଦିରର ଉନ୍ନୟନ କରାଯିବ ବୋଲି ବିଧାୟକ ଶ୍ରୀଯୁକ୍ତ ସାମନ୍ତରାୟ ଘୋଷଣା କରିଥିଲେ।ଏହି ଅବସରରେ ଦୁଗଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜେଡ଼ିରେ ଯୋଗ ଦେଇଥିଲେ। ବିଧାୟକ ଶ୍ରୀଯୁକ୍ତ ସାମନ୍ତରାୟ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଶ୍ରୀମତୀ ରଥଙ୍କୁ ସ୍ୱାଗତ କରିଥିଲେ। ପର୍ଯ୍ୟବେକ୍ଷକ ଭାବରେ ପ୍ରମୋଦ କୁମାର ସାମଲ ଯୋଗ ଦେଇଥିଲେ।

ପୁରୀ ଜିଲ୍ଲା ମହିଳା ବିଜେଡ଼ି ଉପ ସଭାପତି କନକ ଲତା ପଣ୍ଡା, ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାସ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଆତ୍ମା ସଭାପତି ରାମଚନ୍ଦ୍ର ମହାନ୍ତି, ପୂର୍ବତନ ଆତ୍ମା ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, କଣାସ ବ୍ଲକ ବିଜେଡ଼ି ସଭାପତି ସୁରେଶ କୁମାର ସାହୁ, କଣାସ ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ସଞ୍ଜୟ ଭୋଳ ଓ ଭିକାରୀ ବଳିୟାର ସିଂ ସମେତ ଅନ୍ୟମାନେ ଉଦବୋଧନ ଦେଇଥିଲେ। ସତ୍ୟବାଦୀ ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ କୁମାର ରାଉତରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ ଓ ନରେନ୍ଦ୍ର ପୁର ସମିତି ସଭ୍ୟ ପ୍ରଶାନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories