ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ ନୂଆପଡ଼ା ଗ୍ରାମର ଯୁବକ ସଂଘ ପକ୍ଷରୁ ଆୟୋଜିତ ଦ୍ବିତୀୟ ବାର୍ଷିକ ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ସମ୍ମାନିତ ଅତିଥି ଭାବେ ଚିନାମାଳିପଶି ସରପଞ୍ଚ କନକଲତା ନାୟକ ଓ ସମାଜସେବୀ ଲକ୍ଷ୍ମୀଧର ମହାନ୍ତ ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଚମ୍ପିୟାନ ଓ ରନସ୍ଅଫ୍ ଦଳକୁ ପୁରସ୍କୃତ କରିଥିଲେ।
Popular Categories



