www.samajalive.in
Sunday, December 14, 2025
19.1 C
Bhubaneswar

ମହିଳାମାନଙ୍କ ପାଇଁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ

ପାଟଣା: ଘଟଗାଁ ବ୍ଲକ୍ ଅନ୍ତର୍ଗତ ପିପିଳିଆ ଠାରେ ହଙ୍ଗର ପ୍ରକଳ୍ପ ପକ୍ଷରୁ ଆଗାମୀ ପଞ୍ଚାୟତରାଜ ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ଆଶାୟୀ ମହିଳା ପାର୍ଥିନୀମାନଙ୍କୁ ନେତୃତ୍ବ ନେବାରେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଦିଆଯାଇଛି। ହଙ୍ଗର୍ ପ୍ରକଳ୍ପର ପାଟଣା ବ୍ଲକ୍ ସଂଯୋଜକ ମିତ୍ରଭାନୁ ମହାନ୍ତ ଓ ଘଟଗାଁ ବ୍ଲକ୍ ସଂଯୋଜିକା ସୁମତି ପିଲାଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଅତିଥି ଭାବେ ପିପିଳିଆ ସରପଞ୍ଚ ଗୋଲାପ ନାୟକ ଓ ଭୋଳଵେଡା ସରପଞ୍ଚ ମାମି ନାୟକ ଯୋଗ ଦେଇଥିଲେ। ଏଠାରେ ପିପିଳିଆ, ତୋରାଣି ପୋଖରୀ, ଭୋଳବେଡା ଓ ସରାସପଶି ପଞ୍ଚାୟତ ଅଂଚଳର ବହୁ ଆଶାୟୀ ମହିଳା ପ୍ରାର୍ଥୀ ଯୋଗ ଦେଇଥିଲେ। ପ୍ରଶିକ୍ଷକଙ୍କ ଦ୍ବାରା ଆଗାମୀ ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କୁ ବହୁ ସଂଖାରେ ଅଂଶ ଗ୍ରହଣ, ପ୍ରସ୍ତାବକ, ନାମାଙ୍କନ ପ୍ରକ୍ରିୟା, ଏଜେଣ୍ଟ ରହିବା ଇତ୍ୟାଦି ସବିଶେଷ ସୁଚନା ପ୍ରଦାନ କରା ଯାଇଥିଲା।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories