ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ପୁଣି ୨୬ ଟିକିଆ ହାତୀପଲ ପ୍ରବେଶ କରି ବ୍ୟାପକ ଉପଦ୍ରବ ଚଳାଇଛନ୍ତି। ବିଭିନ୍ନ ଗ୍ରାମରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଏହା କଟାଧାନ ଖାଇବା ସହ ମାଡିଦଳି ନଷ୍ଟ କରିଛନ୍ତି। ଏଥିସହ ଏହି ହାତୀ ପଲ ବିଳମ୍ବିତ ରାତିରେ ରାଜନଗରର ପ୍ରାଚୀନ ରଘୁନାଥ ଜିଉ ମଠ ପାଚେରୀ ଓ ଘର ଭାଙ୍ଗି ଦେଇଛନ୍ତି। ସେହିପରି କିମିରଦାପଶି ଗ୍ରାମର ଗୈାରୀ ମହାନ୍ତ ଓ ଭାଲୁପହାଡି ଗ୍ରାମର ଲକ୍ଷ୍ମୀକାନ୍ତି ମହାନ୍ତଙ୍କ ଧାନଖଳାରେ ପଶି କଟାଧାନ ଖାଇଥିବା ସହ ମାଡିଦଳି ନଷ୍ଟ କରିଛନ୍ତି। ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ହାତୀ ଘଉଡାଇବା ପାଇଁ ପାଟଣା ବନ ବିଭାଗ ଓ କେନ୍ଦୁଝର ବନ ବିଭାଗ ଉଦ୍ୟମ ଜାରି ରଖିଛନ୍ତି। ଏହି ହାତୀ ପଲ ଏବେ ପଦ୍ମପୁର ଭାଲୁପାହିଡି ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିବା ଜଣାପଡ଼ିଛି। ଏତେ ବଡ଼ ହାତୀପଲ ପାଖ ଜଙ୍ଗଲରେ ଥିବାରୁ ଆଖପାଖ ଗାଁ ସଂନ୍ଧ୍ୟା ହେଲେ ତାଟିକବାଟ ପଡିଯାଉଥିବା ଦେଖାଯାଉଛି।
Popular Categories



