ପାଟଣା: କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାରରେ ବଣିକ ସଙ୍ଘ ତରଫରୁ ସାର୍ବଜନୀନ କାଳୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଆଜି ପାଟଣା ବିଧାୟକ ଜଗନ୍ନାଥ ନାଏକ ମଣ୍ଡପରେ ପହଞ୍ଚି ମା’ ଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଛନ୍ତି। ବିଧାୟକଙ୍କୁ ବଣିକ ସଙ୍ଘ ପକ୍ଷରୁ ସଭାପତି ବୁଲୁ ଭଞ୍ଜ ଓ ସମ୍ପାଦକ ଅଜୟ କୁମାର ଭଞ୍ଜ, ସଦସ୍ୟ ଅଜୟ କୁମାର ଦାଶ, ଅବିନାଶ ଦାଶ, ବାଇଧର ସାହୁ, ଅଜୟ କୁମାର ବେହେରା, ଦାଶରଥି ଦାଶ, ବିଟୁ ରାମ ଓ କେଦାର ନାଥ ସାହୁ ପ୍ରମୁଖ ମଣ୍ଡପରେ ସ୍ବାଗତ କରିଥିଲେ। ଏହି ଅବସରରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Popular Categories



