ପାଟଣା: ପାଟଣା ଥାନା ଅନ୍ତର୍ଗତ ମଲ୍ଲିପଶି ଯାତ୍ରା ପଡ଼ିଆରୁ ଚୋରି ହୋଇଥିବା ବାଇକକୁ ମୁଷାଖୋରୀ ଗ୍ରାମରୁ ତାହାର ଯନ୍ତ୍ରାଂଶ ଉଦ୍ଧାର ହେବା ସହ ଜଣେ ଯୁବକକୁ ଗିରଫ କରିଛି ପାଟଣା ଆରକ୍ଷୀ। ଗିରଫ ଯୁବକ ଜଣଙ୍କ ମୁଷାଖୋରୀ ଗ୍ରାମର ନବ ପାତ୍ର (୨୬) ବୋଲି ଜଣାପଡିଛି। ସେ ଗତ ୩ ତାରିଖରେ ମଲ୍ଲିପଶି ଯାତ୍ରା ପଡ଼ିଆରୁ କପାସପଡାର ଆକାଶ ପ୍ରଧାନଙ୍କ ଏକ ହିରୋ ବାଇକ୍ ଚୋରି କରି ନେଇ ଗାଡ଼ିର ଯନ୍ତ୍ରାଂଶ ଖୋଲି କବାଡି ବାଲାଙ୍କୁ ବିକ୍ରି କରି ଦେଇଥିଲେ। ପାଟଣା ଆରକ୍ଷୀ ଘଟଣାର ତଦନ୍ତ କରି ବିକ୍ରି ହୋଇଥିବା ଯନ୍ତ୍ରାଂଶକୁ ଜବତ କରି ବାଇକ୍ ଚୋରି ଅଭିଯୋଗରେ ନବ ପାତ୍ରକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।
Popular Categories



