କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ୫୫ ପଞ୍ଚାୟତରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କଲେ ମନ୍ତ୍ରୀ, ବିଧାୟକ

କୁଚିଣ୍ଡା: କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ସମସ୍ତ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଅଞ୍ଚଳରେ ମନ୍ତ୍ରୀ ଓ ବିଧାୟକ ବିଭିନ୍ନ ସ୍ଥାନ ପରିଦର୍ଶନ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି। କୁଚିଣ୍ଡା ବ୍ଲକରେ ମନ୍ତ୍ରୀ ଟୁକୁନୀ ସାହୁ ୧୩ଗୋଟି ପଞ୍ଚାୟତ ଅଞ୍ଚଳ ବୁଲି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଥିଲେ। ସୁନ୍ଦରଗଡ ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

 

prayash

ସେହିପରି ଜମନକିରା ବ୍ଲକରେ ମନ୍ତ୍ରୀ ଅରୁଣ ସାହୁ, ବିଧାୟକ କିଶୋର ନାଏକ, ବ୍ଲକ ଅଧ୍ୟକ୍ଷ ଅରୁଣ ନାଏକ ଯୋଗଦେଇ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ବାମରା ବ୍ଲକରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଥିଲେ।

kalyan agarbati

Comments are closed.