ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସନ୍ନିକଟ ୪୯ ନମ୍ବର ଜାତୀୟ ରାଜପଥ ର ହାତୀବାରି ଛକ ନିକଟରେ ଚଳନ୍ତା କାର ରେ ପିଟି ହୋଇ ଗୋଟିଏ ବାଇକ୍ ଦୁର୍ଘଟଣା ଗ୍ରସ୍ଥ ହୋଇଛି। ଦୁର୍ଘଟଣାରେ ସାହାରପଡା ବ୍ଲକ ଦୁଆଘାଟ ଗ୍ରାମର ସାଜନ ରାଉତ (୨୮) ଏବଂ ପ୍ରମୋଦ ନାଏକ (୩୫) ଗୁରୁତର ହୋଇଛନ୍ତି। ରାସ୍ତାରେ ପଡି ରହିଥିବା ଦୁଇ ଗୁରୁତରଙ୍କୁ ରୋଗୀଯାନରେ କେନ୍ଦୁଝର ଡାକ୍ତରଖାନା ନିଆଯାଇଛି। ଯୁବକ ଦ୍ବୟ କେନ୍ଦୁଝର ପଟୁ ଦୃତ ଗତିରେ ଗ୍ରାମକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ କାରରେ ପିଟି ହୋଇଯାଇଥିଲେ। ତେବେ ସଂପୃକ୍ତ କାରଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।
Popular Categories



