www.samajalive.in
Sunday, December 14, 2025
26.1 C
Bhubaneswar

ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକର ଗଣ୍ଡବେଡା ଗ୍ରାମ ପଞ୍ଚାୟତର ପଞ୍ଚାୟତସ୍ତରୀୟ ବିଜୁ ଜନତା ଦଳର କର୍ମକର୍ତ୍ତା ବୈଠକ ବିଧାୟକ ଜଗନ୍ନାଥ ନାଏକଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପର୍ଯ୍ୟବେକ୍ଷକ ମିତ୍ରଭାନୁ ମହାନ୍ତ, ପଞ୍ଚାୟତ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ବିଜୁ କୃଷକ ସଭାପତି ଦୀପକ ରାଜ, ଜିଲ୍ଲା ଉପସଭାପତି ଦିଲ୍ଲିପ ସାହୁ, ବ୍ଲକ ଯୁବ ସଭାପତି ସତ୍ୟ ନାରାୟଣ ପଣ୍ଡା, ବରିଷ୍ଠ କର୍ମୀ ନରେନ୍ଦ୍ର ମହାନ୍ତ, ବ୍ଲକ ସାମାଜିକ ଗଣମାଧ୍ୟମ ସଂଯୋଜକ ସମୀର କୁମାର ବେହେରା ଯୋଗ ଦେଇଥିଲେ। ପଞ୍ଚାୟତ ସଭାପତି ଚକ୍ରଧର ନାୟକଙ୍କ ସଭାପତିତ୍ବରେ ଏହି ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ଜିଲ୍ଲା ମଣ୍ଡଳ ସମିତି ପାଇଁ ୪ ଜଣ, ବରିଷ୍ଠରେ ୧୬ଜଣ, ମହିଳାରୁ ୧୦ଜଣ, ଯୁବରୁ ୧୦ ଏବଂ ଛାତ୍ର ୫ ଜଣ କାର୍ଯ୍ୟକର୍ତ୍ତାଙ୍କୁ ମନୋନିତ କରାଗଲା। ଏଥିସହ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି କେନ୍ଦେଇପଶି ପଞ୍ଚାୟତର କେନ୍ଦେଇପଶି ହାଟ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ ବିଜେଡ଼ି କର୍ମକର୍ତ୍ତା ବୈଠକ ବିଧାୟକ ଜଗନ୍ନାଥ ନାଏକଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ବିଜେଡି ଯୁବ ସଭାପତି ରଘୁବର ମହାନ୍ତ ଓ ଜିଲ୍ଲା ସାଧାରଣ ସମ୍ପାଦକ ବାବୁଲି ଭଞ୍ଜଙ୍କ ଦ୍ୱାରା କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories