www.samajalive.in
Friday, December 5, 2025
20.1 C
Bhubaneswar

ମାଧ୍ୟମିକ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ପାଟଣା : ଶିକ୍ଷାଦାନ, ପାରିପାର୍ଶିକ ଭିତ୍ତିଭୂମୀ ଓ ବିଦ୍ୟାଳୟ ପରିଚାଳନା କମିଟିର ପ୍ରଦର୍ଶନ ଆଧାରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଧ୍ୟମିକ ବର୍ଗ ଓ ପ୍ରାଥମିକ ବର୍ଗ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଘୋଷଣା କରାଯାଇଛି। ଘଟଗାଁ ବ୍ଲକର ଢେଙ୍କି କୋଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରାହାଟିପୁରାର ନୀଳକଣ୍ଠେଶ୍ଵର ଉଚ୍ଚବିଦ୍ୟାଳୟ ଓ ଘଟଗାଁ ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଏଥି ପାଇଁ ବ୍ଲକସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ କରାଯାଇଛି।
ସେହିପରି ପାଟଣା ବ୍ଲକରେ କେନ୍ଦେଇପଶି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମୁରୁସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସ୍ୱାମପାଟଣା ଗୋପୀନାଥ ନାରାୟଣ ସରକାରୀ ଉଚ୍ଚବିଦ୍ୟାଳୟ ସହ ସାହାରପଡ଼ା ବ୍ଲକର ଜାମଦା ସରକାରୀ ଉଚ୍ଚବିଦ୍ୟାଳୟ, ରାଇଡିହା ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଦାମାହୁଦା ପଲ୍ଲିଶ୍ରୀ ବାଳିକା ଉଚ୍ଚବିଦ୍ୟାଳୟ ମଧ୍ୟ ମଧ୍ୟ ଏହି ପୁରସ୍କାର ପାଇବା ପାଇଁ ମନୋନୀତ କରାଯାଇଛି।
ସେହିପରି ପ୍ରାଥମିକ ବର୍ଗରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଘଟଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାହାରପଡ଼ା ବ୍ଳକର ଉଦୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ମୁକ୍ତାପୁର ପ୍ରାଥମିକ ବିଦ୍ୟାଳୟ, ଟଭାସରୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହୁଦିପା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଲୁଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ପାଟଣା ବ୍ଲକର ତୁରୁମୁଙ୍ଗା , ଦାଧିବାମନ ପ୍ରାଥମିକ ବିଦ୍ୟାଳୟ, ଗୋଡିପୋଖରୀ ପ୍ରାଥମିକ ବିଦ୍ୟାଳୟ, ସରଧାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏହି ପୁରସ୍କାର ପାଇଁ ଘୋଷଣା କରାଯାଇଛି। ଢେଙ୍କିକୋଟ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରଧାନଶିକ୍ଷୟତ୍ରୀଙ୍କ ଦାୟିତ୍ଵରେ ଥିବା ଭକ୍ତବନ୍ଧୁ ନାୟକଙ୍କ ସହ ମମତାରାଣୀ ସାହୁ, ଜଗନ୍ନାଥ ମହାନ୍ତ, ଦେବଦାସୀ ନିବେଦିତା, ପଦ୍ମାବତୀ ମଲ୍ଲିକ, କଳ୍ପନା ମହାନ୍ତ, ତିଳୋତ୍ତମା ଦେଇ ଓ ଶିକ୍ଷା କର୍ମଚାରୀ ହୃଷୀକେଶ ନାଏକ , ରାହାସ ବିହାରୀ ବାରିକ, ମୃତ୍ୟୁଞ୍ଜୟ ମହାକୁଡ ପ୍ରମୁଖ ଏକ ବୈଠକରେ ମିଳିତ ହୋଇ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ବିଦ୍ୟାଳୟ ତରଫରୁ କୃତଜ୍ଞତା ଜଣାଇଛନ୍ତି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories