www.samajalive.in
Friday, December 5, 2025
20.1 C
Bhubaneswar

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟତା ଉପକରଣ ବଣ୍ଟନ କରାଗଲା

ପାଟଣା : ପାଟଣା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟତା ଉପକରଣ ବଣ୍ଟନ କରାଯାଇଛି। ପାଟଣା ବ୍ଲକ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତଙ୍କ ଅଧ୍ୟକ୍ଷତାରେ ଏହି ସହାୟତା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପାଟଣା ତହସିଲଦାର ଲୀଳାବତୀ ନାଏକ ଯୋଗଦାନ କରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟତା ଉପକରଣ ବଣ୍ଟନ କରିଥିଲେ। ପାଟଣା ମଣ୍ଡଳ ଶିକ୍ଷାକେନ୍ଦ୍ର ଅନ୍ତର୍ଗତ ୨୩ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ତାଙ୍କ ପାଠପଢା ପାଇଁ ପୁସ୍ତକ, ହୁଇଲ ଚେୟାର, ଟ୍ରାଇ ସାଇକେଲ, ବ୍ୟାଗ୍, ଟାଵଲେଟ୍ ଫୋନ ଆଦି ପ୍ରଦାନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ପାଟଣା ଏବିଇଓ ସଚ୍ଚିଦାନନ୍ଦ ସେଠୀ, ପ୍ରକାଶ କୁମାର ରାୟ ଓ ବିଜୟ କୁମାର ଓଝା, ପାଟଣା ବ୍ଲକ ଦିବ୍ୟାଙ୍ଗ ସମ୍ବଳ ସହାୟକ ଶିକ୍ଷକ ରଜନୀ ନାଏକ, ମୀନକେତନ ପାତ୍ର, ସିଆରସିସି ଜ୍ୟୋତିର୍ମୟ ତ୍ରିପାଠୀ, ସନ୍ତୋଷ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଦେଖନ୍ତୁ ଭିଡିଓ; ପ୍ରବଳ ବର୍ଷାରେ ଧରା ହେଲା ବିଶାଳ ଅଜଗର..

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories