www.samajalive.in
Tuesday, December 9, 2025
15.1 C
Bhubaneswar

ଲଗାଣ ବର୍ଷାରେ ତେଲ୍‌, ଅନ୍ୟ ନଦୀରେ ବନ୍ୟା ପରିସ୍ଥିତି

ପାଟଣା : ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ମୟୁରଭଞ୍ଜ ପଟୁ ଆସିଥିବା ତେଲନଦୀ ,ବିରଳନଦୀ ଏବଂ ଦେଓନଦୀରେ ପ୍ରବଳ ବଢ଼ି ପାଣି ଆସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦାମାହୁଦା ପଞ୍ଚାୟତ କୁମୁଳାବାହାଳି ଠାରେ ତେଲନଦୀ ରେ ହୋଇଥିବା ପୁରୁଣା ପୋଲ ଉପରେ ୩ଫୁଟ ପାଣି ଚାଲିବା ଯୋଗୁ ସାହାରପଡା ବ୍ଲକ ଅଞ୍ଚଳରୁ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅଞ୍ଚଳକୁ ଯିବା ଆସିବା ଠପ ହୋଇଯାଇଛି। ପୋଲର ଉଭୟ ପଟେ ବହୁ ଯାନବାହାନ ଅଟକି ରହିଥିବା ଆଜି ଦେଖାଯାଇଥିଲା। ସେହିପରି ବିରଳ ଓ ଦେଓନଦୀର ବନ୍ୟା ଜଳ କେତେକ ଗ୍ରାମ ମଧ୍ୟରେ ପଶି ଯାଇଥିବା ଫଳରେ ରାସ୍ତାଘାଟ ଧୋଇଯିବା ସହିତ ବହୁ ଚାଷ ଜମି ବାଲିଚର ହୋଇଯାଇଛି। ସାହାରପଡା କରଞ୍ଜିଆ ଦେଇ ଯାଇଥିବା ରାସ୍ତାର ଗୋରାଣ୍ଡିଯୋଡି ଠାରେ ଥିବା ପୋଲ ତଳକୁ ନଦୀ ଜଳ ପହଞ୍ଚି ଯାଇଛି ଏବଂ ରାସ୍ତା ଉପରେ କିଛି ସ୍ଥାନରେ ଜଳ ପ୍ରବାହିତ ହେଉଥିବା ଦେଖାଯାଇଛି । ତେବେ ଅପରାହ୍ନରେ ବର୍ଷା କମିବାରୁ ଜଳସ୍ତର କମିଥିବା ଜାଣିବାକୁ ମିଳିଛି।

ଜାଣନ୍ତୁ : ଏହି ରାଶିର ଲୋକେ କମ୍‌ ପରିଶ୍ରମ ପରେ ବି ହୁଅନ୍ତି କୋଟିପତି, ଟଙ୍କା ମାମଲାରେ ଏମାନେ ଭାଗ୍ୟଶାଳୀ..

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories