www.samajalive.in
Sunday, December 7, 2025
26.1 C
Bhubaneswar

ଢେଙ୍କିକୋଟ: ଭିତିପ୍ରସ୍ତରରେ ସୀମିତ ଶୀତଳଭଣ୍ଡାର

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟରେ ଏକ ମେଗା ଶୀତଳଭଣ୍ଡାର ନିର୍ମାଣର ସ୍ୱପ୍ନ ମିଳେଇ ଗଲାଣି । ଶୀତଳ ଭଣ୍ଡାରଟି କାର୍ଯ୍ୟକ୍ଷମ ହୋଇଥିଲେ କରେନା କଟକଣା ସମୟରେ ଚାଷୀମାନେ ଏଠାରେ ବିକ୍ରି ହୋଇ ପାରୁ ନ ଥିବା ପନିପରିବା ସଂରକ୍ଷିତ କରି ରଖିପାରିଥାନ୍ତେ ଓ ସେମାନଙ୍କର ପରିଶ୍ରମର ମୂଲ୍ୟ ବିଳମ୍ବରେ ହେଉ ପଛେ ପାଇ ପାରିଥାନ୍ତେ ବୋଲି କ୍ଷୋଭ ଭରା କଣ୍ଠରେ କହିଛନ୍ତି ପାଟଣା ବ୍ଲକ ଭାଲୁଘର ଗ୍ରାମର ଅଗ୍ରଣୀ ପନିପରିବା ଚାଷୀ ଭରତ ମହାନ୍ତ ।

କେନ୍ଦୁଝର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୨୦୧୭ ଏପ୍ରିଲ ମାସ ୪ ତାରିଖରେ ଢେଙ୍କିକୋଟ କଲେଜ ସାମ୍ନା ଆରଏମସି ଗୋଦାମ ଘର ନିକଟରେ ଏକ ମେଗା ଶୀତଳ ଭଣ୍ଡାରର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ତତ୍କାଳୀନ ଅବକାରୀ ଓ ସମବାୟ ବିଭାଗ ମନ୍ତ୍ରୀ ଦାମୋଦର ରାଉତଙ୍କ କରକମଳରେ ଉଦଘାଟିତ ହୋଇଥିଲା । ସମବାୟ ବିଭାଗ ପକ୍ଷରୁ ଏହି ଶୀତଳଭଣ୍ଡାର ଅତ୍ୟାଧୁନିକ ଓ ଅଧିକ ଷ୍ଟୋରେଜ ସୁବିଧାଯୁକ୍ତ ହେବ ବୋଲି ଏଠାରେ ସେତେବେଳେ ଘୋଷଣା କରିଥିବାରୁ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଉପସ୍ଥିତ ଘଟଗାଁ, ପାଟଣା ଓ ସଦର ବ୍ଲକ ଅଞ୍ଚଳର ଶହ ଶହ ଚାଷୀ ଏହାକୁ ଏହାକୁ ତାଳିମାରି ସ୍ୱାଗତ କରିଥିଲେ । ଏବେ ଦାମୋଦର ରାଉତ ଶାସକ ଦଳ ପାଇଁ ଅଲୋଡା ହୋଇଯାଇଥିବା ବେଳେ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବର ସମ୍ମାନୀତ ଅତିଥି ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ବିଭଗ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ହେଲେ ଏବେ ଢେଙ୍କିକୋଟରେ ସମାବୟ ବିଭାଗର ମେଗା ଶୀତଳ ଭଣ୍ଡାର ଚାଷୀଙ୍କ ପାଇଁ ମରିଚିକା ପାଲଟି ଯାଇଛି । ଯାହା ଫଳରେ ପାଟଣା ବ୍ଲକ, ସାହାରପଡା ବ୍ଲକ, ଘଟଗାଁ ବ୍ଲକ ଓ ସଦର ବ୍ଲକ ଅଞ୍ଚଳର ହଜାର ହଜାର ପନିପରିବା ଚାଷୀଙ୍କ ମନୋବଳକୁ ଭାଙ୍ଗି ଦେଇଛି । ବିଳମ୍ବରେ ହେଉ ପଛେ ଢେଙ୍କିକୋଟରେ ଶୀତଳଭଣ୍ଡାର ସ୍ଥାପନ ପାଇଁ ନିୟନ୍ତ୍ରୀତ ବଜାର କମିଟି ପଦକ୍ଷେପ ନେବାକୁ ଚାଷୀ ମହଲରୁ ଦାବି ହୋଇଛି  ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories