କାଶିବେଡାରେ ମହିଳାଙ୍କ ମଦ ବିରୋଧୀ ଅଭିଯାନ
ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଓ କାଶିବେଡା ଗ୍ରାମର ‘ମହିଳା ସମାଜ ଓ ସ୍ଵଂୟ ସହାୟକ ଗୋଷ୍ଠୀ’ ପକ୍ଷରୁ ମଙ୍ଗଳବାର ମଦ ବିରୋଧି ଅଭିଯାନ କରାଯାଇଥିଲା। ଏଥିରେ ମହିଳା ମାନେ ଘରକୁ ଘର ଯାଇ ମଦ ବିରୋଧରେ ସଚେତନତା କରାଇଥିଲେ । ଗ୍ରାମରେ ମଦ ବିକ୍ରି ବନ୍ଦ କରିବା, କେହି ମଦ ନ ପିଇବା, ମଦୁଆଙ୍କୁ ବିରୋଧ କରିବାକୁ ମହିଳାମାନେ ଚେତାବନୀ ଦେଇଛନ୍ତି। ମଦୁଆଙ୍କ ଯୋଗୁଁ ଗ୍ରାମରେ କିଛି ପରିବାରରେ ଅଶାନ୍ତି, ଗଣ୍ଡଗୋଳ ସୃଷ୍ଟି ହୋଉଥିବା ଓ ଗ୍ରାମର ସଂହତି ନଷ୍ଟ ହୋଉଥିବା ଅଭିଯୋଗରେ ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀ ପକ୍ଷରୁ ମଦ ବିରୋଧି ଅଭିଯାନ କରାଯାଇଥିଲା। ଯଦି ମଦ ବିକ୍ରି ବନ୍ଦ ନ ହୁଏ ତେବେ ଆଗାମୀ ଦିନରେ ମହିଳାମାନେ ଆଇନକୁ ହାତକୁ ନେବେ ବୋଲି ପ୍ରକାଶ କରିଛନ୍ତି।
Comments are closed.