www.samajalive.in
Monday, December 15, 2025
17.1 C
Bhubaneswar

ଉପରଝର ପାଟଖଣ୍ଡା ଯାତ୍ରା ସମ୍ପନ୍ନ

ଦେଓଗାଁ:ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅନ୍ତର୍ଗତ ଉପରଝର ଠାରେ ରୀତିନୀତି ଅନୁସାରେ ପାଟଖଣ୍ଡା ଯାତ୍ରା ଅନୁଷ୍ଠିତ ହୋଇଛି। ଜରାସିଂହାରେ ୫ ଦିନ ଧରି ଯାତ୍ରା ହେଉଥିବା ବେଳେ ଏଠାରେ ୪ ଦିନ ଧରି ଯାତ୍ରା ହୋଇଥାଏ। ଚଳିତବର୍ଷ ରୀତିନୀତି ଅନୁସାରେ ମା’ ପାଟଖଣ୍ଡାଙ୍କ ଷୋଡ଼ଶ ପୂଜା ଅନୁଷ୍ଠିତ ହୋଇଥିଲା। ରବିବାର ନବମୀ ତିଥିରେ ସନ୍ଧ୍ୟା ୮ ଟା ରେ ଗ୍ରାମ ର ମଧ୍ୟ ଭାଗରେ ଥିବା ମା ପାଟଖଣ୍ଡା ମନ୍ଦିର ର ରେ ରୀତିନୀତି ଅନୁସାରେ ପୂଜା କରାଯାଇଥିଲା। ପରେ ମା ପାଟଖଣ୍ଡା ଓ ବିରୁପାଣି ପାରମ୍ପରିକ ବାଦ୍ୟ ର ତାଳେ ତାଳେ ନୃତ୍ୟ କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ।

ପାଟଖଣ୍ଡା ମନ୍ଦିର ରୁ ବାହାରି ପ୍ରଥମେ ରାଜଦେହୁରୀଙ୍କ ଘରକୁ ଆଗମନ କରିଥିଲେ। ସେଠାରେ ପୂର୍ବରୁ ଅପେକ୍ଷା ରେ ଥିବା ରାଜଦେହୁରୀ ଯୁବରାଜ ବିଶ୍ବାଳଙ୍କୁ ଫୁକାଝୁରା କରିବା ପରେ ଉପସ୍ଥିିରେ ଥିବା ଭକ୍ତଙ୍କ ହାରିଗୁହାରି ଶୁଣି ଆଶୀର୍ବାଦ ପ୍ରଦାନ କରିଥିଲେ। ଏହା ପୂଜା ପୁଅ ଜିଁତିଆରୁ ଆରମ୍ଭ ହୋଇ ଭାଇ ଜିଁତିଆ ପର୍ଯନ୍ତ ଚାଲିଥାଏ। ପ୍ରକାଶ ଯେ ଦୀର୍ଘ ବର୍ଷ ପୂର୍ବରୁ ହୋଇଥିଲା। ଠିକ୍ ଏହି ବର୍ଷ ମଧ୍ୟ ଯାତ୍ରା ଅନଷ୍ଠିତ ହୋଇଥିଲା। ମୁଖ୍ୟ ଦେହୁରୀ, ବନବାସ ସେଠ୍, ପୂଜକ ଆନନ୍ଦ ସେଠ୍, ବିରୁପାଣୀ ନଟବର ମର୍ଲିକ, ଭୂଜିନୀୟା ରାଜୀବ ବିଶ୍ଵାଳ, ଦେବେରୀୟା ବିଜୟ ପଧାନ, ମସଲିୟା ବସନ୍ତ ସେଠ୍, ଧୂପଳୀୟା ବଶିଷ୍ଠ ବାରିକ ସହ ପରିଚାଳନା କମିଟି ସଭାପତି ଯୁବରାଜ ମାଝୀ, ସମ୍ପାଦକ ଅନ୍ତର୍ଯ୍ୟାମୀ ପଧାନଙ୍କ ସହ କମିଟି ର ସମସ୍ତ ସଭ୍ୟବୃନ୍ଦ ତଥା ଗ୍ରାମବାସି ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories