www.samajalive.in
Saturday, December 6, 2025
15.1 C
Bhubaneswar

ବିଶ୍ୱ କ୍ରୀଡା ମହାକୁମ୍ଭ: ଆଜି ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍‌ସ-୨୦୨୪ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି। ଅଲିମ୍ପିକ୍‌ସ ଇତିହାସରେ ଭାରତ ପାଇଁ ସର୍ବାଧିକ ସଫଳତା ହାସଲ କରିଥିବା ପୁରୁଷ ହକି ଦଳ ତାର ଅଭିଯାନ ଆଜି(ଶନିବାର)ଠାରୁ ଆରମ୍ଭ କରିବ। ଅଲିମ୍ପିକ୍‌ସରେ ୮ଟି ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳ ପୂର୍ବ ଇତିହାସକୁ ଦୋହରାଇବା ଲକ୍ଷ୍ୟ ନେଇ ପ୍ୟାରିସରେ ପହଞ୍ଚିଛି। ଗ୍ରୁପ-ବି ରେ ସ୍ଥାନ ପାଇଥିବା ଭାରତ ଆଜି ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ସହିତ ଖେଳି ଅଭିଯାନ ଆରମ୍ଭ କରିବ। ଉକ୍ତ ମ୍ୟାଚ ୱାଇସି ମାନିୟର ଷ୍ଟାଡ଼ିୟମରେ ଭାରତୀୟ ସମୟ ରାତି ୯ଟାରେ ଉକ୍ତ ମ୍ୟାଚ ଖେଳାଯିବ। ହରମନପ୍ରୀତ ସିଂହଙ୍କ ନେତୃତ୍ବାଧିନ ଭାରତୀୟ ଦଳ ପୋଡ଼ିୟମ ଫିନିସ ନେଇ ପ୍ୟାରିସ ଗସ୍ତ କରିଛି। ୨୦୨୦ ଟୋକିଓ ଅଲିମ୍ପିକ୍‌ସର କାଂସ୍ୟ ଜିତିଥିବା ଭାରତ ଏଥର ସ୍ବର୍ଣ୍ଣିମ ସଫଳତା ନେଇ ଲକ୍ଷ୍ୟ ରଖିଛି। କ୍ରେଗ ଫୁଲଟନଙ୍କ ପ୍ରଶିକ୍ଷଣରେ ଦଳ ଭଲ ପ୍ରଦର୍ଶନ ନେଇ ମଧ୍ୟ ଆଶା କରାଯାଉଛି। ଦଳରେ ଅମିତ ରୋହିଦାସ, ହାର୍ଦିକ ସିଂହ, ଗୋଲରକ୍ଷକ ପି.ଆର ଶ୍ରୀଜେଶଙ୍କ ଭଳି ଖେଳାଳି ମଧ୍ୟ ରହିଛନ୍ତି। ଭାରତୀୟ ହକି ଦଳ ମାନସିକ ସ୍ଥିତିକୁ ସୁଦୃଢ କରିବା ନେଇ ୩ ଦିନ ସ୍ବିଜରଲାଣ୍ଡରେ ମାନସିକ ସ୍ଥିତି ସୁସ୍ଥତା ଶିବିରରେ ସ୍ବତନ୍ତ୍ର ପ୍ରଶିକ୍ଷଣ ହାସଲ କରିଥିଲେ। ୨୦୨୩ ବିଶ୍ବକପରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡ଼ିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ​ଶେଷ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ଏଥିରେ ନ୍ୟୁଜିଲାଣ୍ଡ ସୁଟ୍‌ଆଉଟ୍‌ ୩-୩ (୫-୪) ଗୋଲରେ ବିଜୟୀ ହୋଇଥିଲା। ଭାରତ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହାଲ୍‌କା ଭାବେ ନେବା ଅନୁଚିତ ହେବ। ପ୍ରଥମ ମ୍ୟାଚ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଏଥିରେ ଭଲ ପ୍ରଦର୍ଶନ କରି ବିଜୟ ସହ ଅଭିଯାନ ଆରମ୍ଭ କରିବା ଆମର ଲକ୍ଷ୍ୟ ରହିଛି ବୋଲି ମୁଖ୍ୟ ପ୍ରଶିକ୍ଷକ କ୍ରେଗ ଫୁଲଟନ କହିଛନ୍ତି। ଭାରତ ଗ୍ରୁପ-ବି ରେ ନ୍ୟୁଜିଲାଣ୍ଡ, ଆର୍ଜେଣ୍ଟିନା, ଆୟରଲାଣ୍ଡ, ଅଷ୍ଟ୍ରେଲିଆ ଓ ବେଲଜିୟମ ସହିତ ସ୍ଥାନ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories