www.samajalive.in
Friday, December 5, 2025
20.1 C
Bhubaneswar

ବର୍ଷାରେ କାଦୁଅମୟ ଲାଞ୍ଜିଗଡ଼ ବଡ଼ପଡ଼ା ; ଛାତ୍ରଛାତ୍ରୀ, ଜନସାଧାରଣ ଭୋଗୁଛନ୍ତି ଯନ୍ତ୍ରଣା

ଲାଞ୍ଜିଗଡ଼ : ବର୍ଷାରେ କାଦୁଅମୟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସହରର ବଡ଼ପଡ଼ା। ରାଜାରାଜୁଡ଼ା ସମୟରୁ ଥିବା ଏହି ପଡ଼ାରେ ଆଜି ବି ରାସ୍ତା ଖଣ୍ଡିଏ ନାହିଁ । ପଡ଼ା ଭିତରକୁ ପଶିବାକୁ ହେଲେ ସାହସ ଥିବା ଦରକାର। କାରଣ ଶତାଧିକ ସାନବଡ଼ ଖାଲ ସହିତ ବର୍ଷା ଓ କାଦୁଅରେ ରାସ୍ତା ଏପରି ହୋଇଛି ଯେ, ଦୁଇଚକିଆ କି ଚାରିଚକିଆ ଯାନବାହନ ତ ଦୂରର କଥା, ପଡ଼ା ଭିତରେ ଚାଲିକି ବି ଯିବାଆସିବା କରିହେଉନି। କେବଳ ସେତିକି ନୁହେଁ ପଡ଼ା ଶେଷ ମୁଣ୍ଡରେ ଥିବା ସ୍କୁଲକୁ ତ ଆଦୌ ରାସ୍ତା ନାହିଁ । ଫଳରେ ସ୍କୁଲରେ ପାଠ ପଢୁଥିବା ୪୭ଜଣ ଛାତ୍ରଛାତ୍ରୀ କାଦୁଅରେ ଚାଲି ଯିବାବେଳେ ସବୁ ସମୟରେ ଖସି ପଡ଼ିବା ଭୟ ରହିଛି । ସ୍କୁଲ ନିକଟରେ ଅଙ୍ଗନବାଡ଼ି କେନ୍ଦ୍ର ଥିବା ବେଳେ ସେଠାକୁ ଯିବା ମଧ୍ୟ ସମ୍ଭବ ହେଉନାହିଁ।

ସେହିପରି ଦୁଇମାସ ହେଲା ପଡାକୁ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଥିବାରୁ ପିଇବା ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଡା ବାସିନ୍ଦା। ନଳକୂଅକୁ ଯିବାକୁ ମଧ୍ୟ ରାସ୍ତା ନଥିବାବେଳେ କାଦୁଅ ସରସର ହୋଇ ନଳକୂଅରେ ଲମ୍ବା ଧାଡି ଲଗାଉଛନ୍ତି ପଡାର ମହିଳାମାନେ। ଏହିପରି ଭାବେ ଅନେକ ସମସ୍ୟା ଘେରରେ ବଡପଡା ବାସୀ କାଳ କାଟୁଥିବା ବେଳେ ବ୍ଲକ ପ୍ରଶାସନ ଓ ଜିଲ୍ଲା ତୁରନ୍ତ ଦୃଷ୍ଟି ଦେଇ ପଡା ଓ ସ୍କୁଲକୁ ରାସ୍ତା ନିର୍ମାଣ, ପାଇପ ଯୋଗେ ସୁନିଶ୍ଚିତ ପାନୀୟ ଜଳ ଯୋଗାଣ ନଚେତ ପଡାରେ ଆଉ ଦୁଇଟି ନଳକୂଅ ଖୋଳିବା ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି।

ଶ୍ରାବଣ ଶନିବାର : ଏହି ଉପାୟରେ ଶନି ଦୋଷ ଠାରୁ ଆରମ୍ଭ କରି ଦୂର ହେବ ବିବାହ, ଧନ ଅଭାବ ସମସ୍ୟା..

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories