www.samajalive.in
Saturday, December 6, 2025
15.1 C
Bhubaneswar

ଅଗଷ୍ଟରେ ୟୁକ୍ରେନ ଯାଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ଗସ୍ତରେ ଯାଇପାରନ୍ତି। ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବା ପରେ ମୋଦୀଙ୍କର ଏହା ପ୍ରଥମ ଗସ୍ତ ହେବ। ମୋଦୀ ନିକଟରେ ରୁଷ ଗସ୍ତ କରିବା ସମୟରେ ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକ ଖପ୍ପା ହୋଇଯାଇଥିଲେ। ତେଣୁ ସମ୍ପର୍କକୁ ସନ୍ତୁଳିତ ରଖିବା ଲାଗି ମୋଦୀ ୟୁକ୍ରେନ ଗସ୍ତ କରିପାରନ୍ତି ବୋଲି ସୂଚନା ମିଳିଛି। ଗସ୍ତ ସୂଚୀ ସ୍ପଷ୍ଟ ହୋଇ ନ ଥିଲେ ହେଁ ଅଗଷ୍ଟ ଶେଷ ସପ୍ତାହରେ ପ୍ରଧାନମନ୍ତ୍ରୀ ୟୁକ୍ରେନ ଯିବା ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ଭାବେ ମୋଦୀ ୩ୟ ଥର ପାଇଁ କାର୍ଯ୍ୟକାଳ ଆରମ୍ଭ କରିବା ପରେ ଚଳିତ ମାସରେ ପ୍ରଥମେ ରୁଷ ଗସ୍ତ କରିଥିଲେ। ମସ୍କୋରେ ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ସହିତ ତାଙ୍କୁ ଆଲିଙ୍ଗନ କରିଥିଲେ। ଏହାକୁ ନେଇ ୟୁକ୍ରେନ ଅସନ୍ତୋଷ ପ୍ରକାଶ କରିବା ସହିତ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍‌ସ୍କି କହିଥିଲେ ଯେ, ମୋଦୀ-ପୁଟିନଙ୍କ ଆଲିଙ୍ଗନ କେବଳ ଏକ ବଡ଼ ଅସନ୍ତୋଷ ନୁହେଁ, ବରଂ ଶାନ୍ତି ପ୍ରତିଷ୍ଠାରେ ଏକ ଧ୍ବଂସକାରୀ ଉଦ୍ୟମ।

- Advertisement -

ମୋଦୀଙ୍କ ରୁଷ ଗସ୍ତକୁ ନେଇ ପଶ୍ଚିମ ଦେଶଗୁଡ଼ିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଓ୍ବାଶିଂଟନରେ ନାଟୋ ଦେଶଗୁଡ଼ିକ ମଧ୍ୟରେ ବୈଠକ ଚାଲିଥିବାବେଳେ ମୋଦୀ ନିଜର ୩ୟ କାର୍ଯ୍ୟକାଳର ପ୍ରଥମ ବିଦେଶ ଗସ୍ତ ପାଇଁ ରୁଷକୁ ବାଛିବା ୟୁରୋପକୁ ଝଟ୍‌କା ଦେଇଛି। କାରଣ ରୁଷ ଯେଉଁଦିନ ୟୁକ୍ରେନ ରାଜଧାନୀ କିଭ୍‌ରେ ଥିବା ଏକ ଶିଶୁ ଡାକ୍ତରଖାନାରେ ବୋମାମାଡ଼ କରିଥିଲା, ସେହିଦିନ ମୋଦୀ ମସ୍କୋରେ ପହଞ୍ଚିଥିଲେ। ତେଣୁ ଏହାକୁ ନେଇ ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ରୁଷ ଗସ୍ତକୁ ପଶ୍ଚିମ ଦେଶଗୁଡ଼ିକ ସମାଲୋଚନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories