www.samajalive.in
Saturday, December 6, 2025
14.1 C
Bhubaneswar

ମହାକାଶରେ ଦୌଡ଼, ଶଟ୍‌ପୁଟ୍‌ ପ୍ରତିଯୋଗିତା; ଦେଖନ୍ତୁ କିପରି ଅଲିମ୍ପିକ୍ସ କ୍ରୀଡ଼ା ପ୍ରଦର୍ଶନ କରୁଛନ୍ତି ସୁନୀତା ଓ ସାଥୀ ମହାକାଶଚାରୀ

ସମାଜ ଡିଜିଟାଲ ଡେସ୍କ: ଶୁକ୍ରବାରଠାରୁ ଫ୍ରାନ୍ସର ପ୍ୟାରିସଠାରେ ଆରମ୍ଭ ହୋଇଛି ଅଲିମ୍ପିକ୍ସ କ୍ରୀଡ଼ା ମହାକୁମ୍ଭ। ଏକାଠି ହୋଇଛନ୍ତି ୨୦୦ରୁ ଅଧିକ ଦେଶର କ୍ରୀଡ଼ାବିତ। ତେବେ ସେମାନଙ୍କୁ ଉତ୍ସାହିତ କରିବା ଲାଗି ଭିନ୍ନ ଢଙ୍ଗରେ ପଦକ୍ଷେପ ନେଇଛନ୍ତି ମହାକାଶଚାରୀ ସୁନିତା ଓ୍ବିଲିୟମ୍ସ ଏବଂ ସାଥୀ ମହାକାଶଚାରୀ। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସଏସ)ରେ ମହାକାଶଚାରୀମାନେ କେମିତି ଅଲିମ୍ପିକ୍ସ କ୍ରୀଡ଼ାର ପ୍ରଦର୍ଶନ କରୁଛନ୍ତି ତାହାର ଏକ ଭିଡିଓ ଜାରି କରିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା।

ଭିଡିଓରେ ସୁନିତା ଓ ଅନ୍ୟ ମହକାଶଚାରୀଙ୍କୁ ଦେଖିବାକୁ ମିଳିଛି। ପ୍ରଥମେ ମହାକାଶଚାରୀମାନେ ଅଲିମ୍ପିକ୍ସ ମଶାଲ ସଦୃଶ ଏକ ଟର୍ଚ୍ଚକୁ ପରସ୍ପର ନିକଟକୁ ହସ୍ତାନ୍ତର କରି ଏହାର ଶୁଭାରମ୍ଭ କରୁଛନ୍ତି। ପରେ ସେମାନେ ନିଜ ପସନ୍ଦ ମୁତାବକ କ୍ରୀଡ଼ାର ପ୍ରଦର୍ଶନ କରୁଛନ୍ତି। କିଏ ଦୌଡ଼ ପ୍ରତିଯୋଗିତା କରୁଛି ତ ଆଉ କି ଶଟ୍‌ପୁଟ୍‌। ସେହିପରି ଅନ୍ୟ ଜଣେ ମହାକାଶଚାରୀ ଦୁଇ ସହଯୋଗୀଙ୍କୁ ଲୁହା ବାର୍‌ରେ ବସାଇ  ଭାରୋତ୍ତଳନ କରୁଛନ୍ତି, ଯାହା ଦେଖିବାକୁ ବେଶ୍‌ କୌତୁହଳ ଲାଗୁଛି। କାରଣ ମହାକାଶରେ ଭାସମାନ ଅବସ୍ଥାରେ କ୍ରୀଡ଼ା ପ୍ରଦର୍ଶନ ଏକ ନିଆରା ଅନୁଭୂତି, ଯାହାକୁ ସାଉଁଟିଛନ୍ତି ମହାକାଶଚାରୀ। ଅଲିମ୍ପିକ୍ସ ବାଉଣ୍ଡାରୀ ବାହାରେ ଥାଇ ବି ସେମାନେ ଏଭଳି କରି କ୍ରୀଡ଼ାବିତ ଏବଂ ନୂତନ ପିଢ଼ିଙ୍କୁ ନୂଆ ପ୍ରେରଣା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories