www.samajalive.in
Saturday, December 6, 2025
14.1 C
Bhubaneswar

ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି…

ନୂଆଦିଲ୍ଲୀ: ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା  କରିବା ସହ ସରକାରୀ ଚାକିରି ପାଇଁ ଦୁଇ ଶିଶୁ ନୀତି ବାଧ୍ୟତାମୂଳକ କରାଯାଇଛି। ଏ ନେଇ ସୁପ୍ରିମକୋର୍ଟରୁ ମଞ୍ଜୁରୀ ମିଳିଛି। ସରକାରୀ ଚାକିରି ଖୋଜୁଥିବା ଦୁଇରୁ ଅଧିକ ପିଲା ଥିବା ପ୍ରାର୍ଥୀଙ୍କ ପାଇଁ  ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ପ୍ରାୟ ୨୧ ବର୍ଷ ପୂର୍ବରୁ ପଞ୍ଚାୟତ ନିର୍ବାଚନ ଲାଗି ସୁପ୍ରିମକୋର୍ଟ ଏହି ନୀତିକୁ ବାଧ୍ୟତାମୂଳକ କରିଥିଲେ। ପୂର୍ବତନ ସୈନିକ ରାମଲାଲ ଜାଟଙ୍କ ଦ୍ବାରା ଦିଆଯାଇଥିବା ଆବେଦନକୁ ଜଷ୍ଟିସ୍ ସୂର୍ଯ୍ୟକାନ୍ତ , ଦୀପଙ୍କର ଦତ୍ତ ଏବଂ କେ.ଭି ବିଶ୍ବନାଥନଙ୍କ ଖଣ୍ଡପୀଠ ଖାରଜ କରିଦେଇଥିଲେ। ୨୦୧୭ ମସିହାରେ ସେ ଚାକିରିରୁ ଅବସର ନେଇଥିଲେ। ଏବଂ ୨୦୧୮ ମେ ୨୫ରେ ରାଜସ୍ଥାନ ପୁଲିସରେ କନେଷ୍ଟବଳ ପଦ ପାଇଁ ଆବେଦନ କରିଥିଲେ। ରାଜସ୍ଥାନ ପୁଲିସ୍ ସର୍ଭିସ୍ ନିୟମ ୧୯୮୯ ଅନୁଯାୟୀ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇଥିଲା। ରାଜସ୍ଥାନ ବିଭିନ୍ନ ସେବା (ସଂଶୋଧନ) ନିୟମ ୨୦୦୧ ଅନୁଯାୟୀ ଏକ ନିୟମ ରହିଛି ଯେ ଯଦି ଜଣେ ପ୍ରାର୍ଥୀଙ୍କର ଦୁଇରୁ ଅଧିକ ସନ୍ତାନ ଥାଆନ୍ତି , ତେବେ ତାଙ୍କୁ ସରକାରୀ ଚାକିରି ମିଳିବନାହିଁ। ୨୦୦୩ ରେ ଜାବେଦ ଏବଂ ଅନ୍ୟାନ୍ୟ ରାଜ୍ୟ, ହରିୟାଣା ମାମଲାରେ ସୁପ୍ରିମକୋର୍ଟ ଏହାକୁ ସମର୍ଥନ କରିଛନ୍ତି। ତେବେ ପରିବାର ଯୋଜନାକୁ ପ୍ରୋତ୍ସାହିତ କରିବା ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories