www.samajalive.in
Friday, December 5, 2025
20.1 C
Bhubaneswar

ନାଳରେ ବହୁ ଥିଲା ‘ରକ୍ତ’- ଲୋକେ ଦେଖି ଭୟଭୀତ, ପରୀକ୍ଷା କରିବାରୁ ଜଣାପଡିଲା . .

ସମାଜ ଡିଜିଟାଲ ଡେସ୍କ: ନାଳରେ ମଇଳା ପାଣି ପ୍ରବାହିତ ହେଉଥିବା ଆପଣ ନିଶ୍ଚୟ ଦେଖିଥିବେ। କିନ୍ତୁ କଳ୍ପନା କରନ୍ତୁ ଯଦି ଆପଣ ନାଳରେ ରକ୍ତ ବୋହୁଥିବା ଦେଖିବେ ତେବେ କିପରି ପ୍ରତିକ୍ରିୟା ରଖିବେ। ହିଁ ଏପରି ଦୃଶ୍ୟ ଆମେରିକାର ଦକ୍ଷିଣ କାରୋଲିନାରେ ଦେଖିବାକୁ ମିଳିଛି। ନାଳରେ ରକ୍ତ ପ୍ରବାହିତ ହେଉଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇଥିଲେ। କାରଣ ସେହି ନାଳ ଦେଇ ସହରକୁ ଜଳ ପ୍ରବାହିତ ହେଉଥିଲା। ଲୋକମାନେ ଅନୁମାନ କରିଥିଲେ ସ୍ଥାନୀୟ ଅଂଚଳରେ ଅନେକ ଗୁଡିଏ ହତ୍ୟାକାଣ୍ଡ ଘଟିଥାଇପାରେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ସହ ଅଗ୍ନିଶମ ବାହିନୀ ପହଂଚିବା ପରେ ଯାହା ଖୁଲାସା କରିଥିଲେ ତାହା ଜାଣିଲେ ଆପଣ ବି ଚକିତ ହୋଇଥିଲେ।
ସୂଚନା ଅନୁସାରେ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବିଭାଗ ଟିମ୍‍ ପହଂଚିବା ପରେ କୌଣସି ସ୍ଥାନରୁ ବିଷାକ୍ତ ଲିକ୍‍ ହେଉଛି କି? କୌଣସି ଘରେ ଲୋକଙ୍କୁ ହତ୍ୟା କରାଯାଇଛି କି? ପୃଥକ ପୃଥକ ସ୍ଥାନରେ ଅନୁସନ୍ଧାନ କରାଯାଇଥିଲା। ଜଳର ନମୁନା ନିଆଯାଇ ପରୀକ୍ଷା ହେବା ପରେ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ନାଳରୁ ନମୁନା ନେଇ ପରୀକ୍ଷା କରିବା ପରେ ଏହା କୌଣସି ରକ୍ତ ନୁହେଁ ବରଂ ରାସାୟନିକ ଭଳି କିଛି ତରଳ ପଦାର୍ଥ ହୋଇଥିବା ଜଣାପଡିଛି। କାରଣ ଏଥିରେ ତରଳ, କ୍ଷାରୀୟ, ଅମ୍ଳୀୟ ଥିଲା। ଆଶଙ୍କା କରାଯାଇଛି ଯେ ଏହା ଏକ ବିପଜ୍ଜନକ ବର୍ଜ୍ୟବସ୍ତୁ ହୋଇଥାଇପାରେ। ଯାହା ଦ୍ୱାରା କାହାର ଜୀବନ ଯାଇପାରେ। ଭଲ ଭାବରେ ପରୀକ୍ଷା କରାଯିବା ପରେ ଜଣାପଡିଥିଲା ଯେ ଏହି ରାସାୟନିକ ପଦାର୍ଥ ଲାଲ ରଙ୍ଗର ଏକ ରଙ୍ଗ ବ୍ୟତୀତ ଅନ୍ୟ କିଛି ନହେଁ। ଏହାର ପି.ଏଚ୍‍ ପ୍ରାୟ ୧୧-୧୨ ଥିଲା।
ଏହି ରାସାୟନିକ ପଦାର୍ଥ ବିପଜ୍ଜନକ ହୋଇପାରେ ବୋଲି ଅଧିକାରୀମାନେ କହିଛନ୍ତି। ଏହି ରଙ୍ଗ ଜଳ, ଉଦ୍ଭିଦ ତେଲ ଏବଂ ଉଦ୍ଭିଦ ରଙ୍ଗ ଏବଂ ଅତ୍ୟାବଶ୍ୟକ ତେଲରୁ ନିର୍ମିତ ହୋଇଥାଇପାରେ। କିନ୍ତୁ ଏହି ରାସାୟନିକ ରଙ୍ଗ ଲିକ୍‍ ପାଇଁ ଦାୟୀ ଥିବା କମ୍ପାନୀର ନାମ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ନ୍ୟାସନାଲ କ୍ୟାପିଟାଲ ବିଷାକ୍ତ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ଏହି ପ୍ରକାର ରଙ୍ଗ ଖାଇବା ଦ୍ୱାରା ପେଟ ବ୍ୟଥା, ବାନ୍ତି ହେବା ଭଳି ସମସ୍ୟା ହୋଇପାରେ। ଆଜିକାଲି ବଜାରରେ ଯେଉଁ ତେଲ ଯୁକ୍ତ ଖାଦ୍ୟ ମିଳୁଛି ସେଥିରେ ଏହି ବିଷାକ୍ତ ରଙ୍ଗ ମିଶ୍ରିତ ହେଉଥବାରୁ ବିଭିନ୍ନ ରୋଗର ସମ୍ମୁଖୀନ ହେବାକୁ ପଡୁଛି। ଏହି ରଙ୍ଗକୁ ଅଣ-ବିଷାକ୍ତ କୁହାଯାଉଥିଲେ ମଧ୍ୟ ଏଥିରେ କ୍ୟାଡମିୟମ କିମ୍ବା କୋବାଲ୍ଟ ଭଳି ରାସାୟନିକ ପଦାର୍ଥ ରହୁଥିବାରୁ ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories