ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଅଧ୍ୟାପକ ଅଟକ
ବଲାଙ୍ଗିର: ଗତ ଫେବ୍ରୁଆରୀ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣରେ ପାଟଣାଗଡ଼ର ନବଦମ୍ପତିଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ତଥା ପୂର୍ବତନ ଅଧ୍ୟକ୍ଷ ପୁଞ୍ଜିଲାଲ୍ ମେହେରଙ୍କୁ ଅଟକ ରଖିଛି। ରାୟପୁରରୁ କୋରିୟରରେ ଆସିଥିବା ଏକ ପାର୍ସଲକୁ ସୌମ୍ୟଶେଖର ଓ ତାଙ୍କ ନବବିବାହିତା ପତ୍ନୀ ରିମାରାଣୀ ଖୋଲିବା ସମୟରେ ବିସ୍ଫୋରଣ ଘଟିଥିଲା। ଏଥିରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ରିମା ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲ୍ରେ ଚିକିତ୍ସିତ ହେଉଥିଲେ। ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।