ପାର୍ସଲ ବୋମା ବସ୍ପୋରଣ ଘଟଣା, ଅଧ୍ୟାପକ ପୁଞ୍ଜିଲାଲ ତିଆରି କରିଥିଲା ପାର୍ସଲ ବୋମା: ପୁଲିସ ଡିଜି
କଟକ: ପାଟଣାଗଡ ବୋମା ବିସ୍ପୋରଣ ଘଟଣାରେ ଅଧ୍ୟାପକ ପୁଞ୍ଜିଲାଲା ମାଷ୍ଟର ମାଇଣ୍ଡ ସହ ବୋମାକୁ ନିଜେ ତିଆରି କରିଥିବା ପୁଲିସ ଡିଜି ଆରପି ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପୁଞ୍ଜିଲାଲ ଭଇଁସା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ କାମ କରୁଥିଲେ । ବୋମା ବିସ୍ପୋରଣରେ ମୃତ୍ୟୁ ବରଣ କରିଥିବା ସୌମ୍ୟ ଶେଖରଙ୍କର ମାଆ ଭଁଇସା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ହୋଇଥିଲା । ଏହାପରେ ପୁଞ୍ଜିଲାଲା ଓ ସୌମ୍ୟ ଶେଖରଙ୍କ ମାଆଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହାପରେ ପୁଞ୍ଜିଲାଲା ପ୍ରତିଶୋଧ ପରାୟଣ ହୋଇ ପଡିଥିଲା ।
ସୌମ୍ୟ ଶେଖରଙ୍କ ପରିବାରକୁ ଉଡାଇବା ପାଇଁ ପୁଞ୍ଜିଲାଲା ନିଜେ ପାର୍ସଲ ବୋମା ତିଆରି କରିବା ସହ ରାୟପୁର ଯାଇ କୋରିଅରରେ ଏହାକୁ ପଠାଇଥିଲା ବୋଲି ପୁଲିସ ଡିଜି ଆର୍ପି ଶର୍ମା ପ୍ରକାଶ କରିଛନ୍ତି । ପୁଞ୍ଜିଲାଲକୁ ଗିରଫ କରାଯାଇଛି । ଖୁବ ଶୀଘ୍ର ତାକୁ ଅଦାଲତରେ ହାତର କରାଯିବ ବୋଲି ପୁଲିସ ଡିଜି ସୂଚନା ଦେଇଛନ୍ତି ।