ନବୋଦୟ ବିଦ୍ୟାଳୟରେ ପରମାଣୁ ଜ୍ୟୋତି କାର୍ଯ୍ୟକ୍ରମ

ପାତ୍ରପୁର: ଗଂଜାମ ଜିଲ୍ଲା ସୁରଙ୍ଗୀ ଜବାହର ନବୋଦୟ ବିଦ୍ୟାଳୟଠାରେ ନବୋଦୟ ବିଦ୍ୟାଳୟ ସଂଗଠନ ଦ୍ବାରା ପରମାଣୁ ଜ୍ୟୋତି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ଭାବା ଏଟମିକ ରିସର୍ଚ୍ଚ ସେଣ୍ଟର, ମୁମ୍ବାଇରୁ ଦୁଇ ଜଣ ବିଶିଷ୍ଟ ବୈଜ୍ଞାନିକ ପି.କେ ଦୁବେ ଏବଂ ଡ. ଶୁଭେନ୍ଦୁ ଜେନା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟର ନବମ, ଦଶମ, ଏକାଦଶ ଏବଂ ଦ୍ଵାଦଶ ଶ୍ରେଣୀର ପିଲାମାନଙ୍କୁ ପରମାଣୁ ବିଜ୍ଞାନର ଆବଶ୍ୟକତା ଏବଂ ଏହାର ଉପଯୋଗୀତା ସମ୍ପର୍କରେ ପ୍ରୋଜେକ୍ଟର ମାଧ୍ୟମରେ ଦୀର୍ଘ ସମୟ ଧରି ବୁଝାଇଥିଲେ। ଏହା ପୂର୍ବରୁ ଭାରପ୍ରାପ୍ତ ଅଧ୍ୟକ୍ଷା କବିତା କରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଦୁଇ ବୈଜ୍ଞାନିକଙ୍କ ସମେତ ସମ୍ମାନିତ ଅତିଥି ଭବେ ସାମ୍ବାଦିକ ରବୀନ୍ଦ୍ର କୁମାର ମିଶ୍ର ମଞ୍ଚାସିନ ଥିଲେ। ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ। ପ୍ରାଥମିକ ଅଭିଭାଷଣ ପ୍ରଦାନ କରି ବର୍ତ୍ତମାନ ଯୁଗରେ ପରମାଣୁର ଅବ୍ୟାଶ୍ୟକତା ଉପରେ କହି ଥିଲେ। ଦୁଇ ବୈଜ୍ଞାନିକ କୃଷି କ୍ଷେତ୍ରଠାରୁ ଆରମ୍ଭ କରି ଜଟିଳ ରୋଗର ଚିକିତ୍ସା ପାଇଁ କିଭଳି ପରମାଣୁ ଶକ୍ତିର ଅବ୍ୟାଶ୍ୟକତା ରହିଛି ସେ ସମ୍ପର୍କରେ ବୁଝାଇ ଥିଲେ। ଅଧ୍ୟାପକ ଅଭିମନ୍ୟୁ ଭଟ୍ଟ, ସୂର୍ଯ୍ୟକାନ୍ତ ଘଡାଇ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଇଂରାଜୀ ଅଧ୍ୟାପକ କେ ଆର ସୁଲଙ୍କି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପିଲାଙ୍କୁ ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ସଠିକ ଉତ୍ତରଦାତାଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଏହି ଦୁଇ ବୈଜ୍ଞାନିକ ଗଜପତି ଜିଲ୍ଲାର ନବୋଦୟ ବିଦ୍ୟାଳୟରେ ଏହିଭଳି ଦୁଇ ଦିନିଆ କାର୍ଯ୍ୟକ୍ରମ କରିବା ପରେ ସୁରଙ୍ଗୀ ବିଦ୍ୟାଳୟରେ କାର୍ଯ୍ୟକ୍ରମ ସମାପ୍ତି କରିଥିବା ବେଳେ ନୟାଗଡ ଜିଲ୍ଲା ନବୋଦୟ ବିଦ୍ୟାଳୟରେ ଆଗାମୀ ଦୁଇ ଦିନ ଏହି କାର୍ଯ୍ୟକ୍ରମ ସାରି ଫେରିବା ଲକ୍ଷ୍ୟ ରହିଛି।

kalyan agarbati

Comments are closed.