www.samajalive.in
Saturday, December 13, 2025
14.1 C
Bhubaneswar

ସହକାରୀ ବନ ସଂରକ୍ଷକ ମୃତ୍ୟୁ ମାମଲା-ଗୁରାଣ୍ଡି ଥାନା ଅଧିକାରୀଙ୍କୁ ସାଢେ ୩ଘଣ୍ଟା ଜେରା

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ଅପରାଧ ଶାଖା ଶୁକ୍ରବାର ସପ୍ତମ ଦିନରେ ଗୁରାଣ୍ଡି ଥାନା ଅଧିକାରୀଙ୍କୁ ଜେରା କରିଛି। ଆଜି ସକାଳ ସାଢେ ୧୦ଟାରୁ ଆରମ୍ଭ ହୋଇଥିବା ଜେରା ଦ୍ବିପହର ୨ଟା ଯାଏ ଜାରି ରହିଥିଲା। ସାଢେ ୩ଘଣ୍ଟା ଜେରାରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଥିଲା ଅପରାଧ ଶାଖା। କିପରି ଓ କାହିଁକି ସେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ, ତାଙ୍କୁ କିଏ ସୂଚନା ଦେଇଥିଲେ, ଚିକିତ୍ସାଳୟରେ ସେ କ’ଣ କରିଥିଲେ, ଅନ୍ୟ କିଏ ଉପସ୍ଥିତ ଥିଲେ ଓ ସେମାନେ କ’ଣ କରୁଥିଲେ, ସୌମ୍ୟରଞ୍ଜନଙ୍କୁ କଟକ ସ୍ଥାନାନ୍ତର ପାଇଁ ଚାପ ପ୍ରୟୋଗ କରିଥିଲେ କି, ଘଟଣା ବିଷୟରେ ବିଦ୍ୟାଭାରତୀ ତାଙ୍କୁ କ’ଣ କହିଥିଲେ, ସୌମ୍ୟରଞ୍ଜନଙ୍କ ବାସଭବନକୁ କାହିଁକି ଯାଇଥିଲେ, ସେଠାରେ କ’ଣ କ​‌େ​‌​‌ଲ, ବନଖଣ୍ଡ ଅଧିକାରୀଙ୍କୁ ଜାଣିଥିଲେ କି, କେବେ ଜାଣିଲେ, ୧୦୮ ଆମ୍ବୁୁଲାନ୍ସ ଅଟକିବା ଘଟଣାରେ ସମ୍ପୃକ୍ତି କ’ଣ ଥିଲା ଆଦି ସମ୍ପର୍କରେ ଅପରାଧ ଶାଖା ପ୍ରଶ୍ନ କରିଥିଲେ।

 

- Advertisement -

ତେବେ ଜେରା ସମୟରେ ସେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିବା ଥାନା ଅଧିକାରିଣୀ ସୂଚନା ଦେବା ସହ ଆଉ କିଛି କହିବାକୁ ଗଣମାଧ୍ୟମକୁ ମନା କରିଥିଲେ। ମମତା ପଣ୍ଡା ସନ୍ତୋଷଜନକ ଉତ୍ତର ଦେଇଛନ୍ତି ବୋଲି ଜେରା ସରିବା ପରେ ଅପରାଧ ଶାଖାର ଉପଖଣ୍ଡ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର ଗଣମାଧ୍ୟମକୁ କହିଛନ୍ତି। ବନଖଣ୍ଡ ଅଧିକାରୀ ସଂଗ୍ରାମକେଶରୀ ବେହେରାଙ୍କୁ ସେ ଜାଣିନଥିବା, ବିଦ୍ୟାଭାରତୀ ତାଙ୍କ ଦୂର ସମ୍ପର୍କୀୟ ଏବଂ ମାନବିକତା ଦୃଷ୍ଟିରୁ ସେ ଯାଇଥିଲେ ବୋଲି ମମତା କହିଥିବା ଉପଖଣ୍ଡ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ପ୍ରମାଣ ନଷ୍ଟ କରିବା ଓ ଆମ୍ବୁଲାନ୍ସକୁ ଜାଣିଶୁଣି ଅଧିକା ସମୟ ଅଟକାଇବାରେ ମମତା ପଣ୍ଡାଙ୍କ ଭୂମିକା ରହିଥିଲା ବୋଲି ଅଭିଯୋଗ ଆଣିଥିଲେ ମୃତ ସୌମ୍ୟଙ୍କ ପରିବାର ଲୋକେ l
ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୩୮ଦିନ ଅତିକ୍ରାନ୍ତ ହୋଇ ସାରିଛି; ହେଲେ ମୃତ୍ୟୁ ରହସ୍ୟରୁ ପରଦା ହଟିପାରିନି। ବରଂ ମୃତ୍ୟୁ ଅଧିକ ରହସ୍ୟ ଆଡକୁ ଠେଲି ହୋଇଯାଇଛି l ପୂର୍ବରୁ ଏହି ଘଟଣାରେ ପୁଲିସ ତଦନ୍ତରେ ଅପରାଧ ଶାଖା ସହାୟତା କରିଥିଲା। ୧୪ରୁ ତଦନ୍ତ ଆରମ୍ଭ କରି ଅପରାଧ ଶାଖା ଏପର୍ଯ୍ୟନ୍ତ ମୃତ ୧୪ ଜଣଙ୍କୁ ଜେରା କରିସାରିଲାଣି l

Hot this week

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

Related Articles

Popular Categories