www.samajalive.in
Friday, December 5, 2025
20.1 C
Bhubaneswar

ମାଲ ପରିବହନରେ ପାରାଦ୍ବୀପ ବନ୍ଦରର ନୂଆ କୀର୍ତ୍ତିମାନ

ପାରାଦ୍ବୀପ : ଆର୍ଥିକ ବର୍ଷ ୨୦୨୩-୨୪ରେ ପାରାଦ୍ବୀପ ବନ୍ଦର ୧୪୫.୩୮ ଏମ୍‌ଏମ୍‌ଟି ମାଲ ପରିବହନ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ପୂର୍ବରୁ ଏହି ରେକର୍ଡ କାଣ୍ଡଲାସ୍ଥିତ ଦୀନଦୟାଲ ପୋର୍ଟର ରହିଥିଲା। ୧୦.୦୨ ଏମ୍‌ଏମ୍‌ଟି ଅଧିକ ମାଲ ପରିବହନ ସହିତ ୭.୪% ବୃଦ୍ଧି ଘଟିଛି। ଆର୍ଥିକ ବର୍ଷରେ ଏଠାରେ ସର୍ବାଧିକ ୫୯.୧୯ ଏମ୍‌ଏମ୍‌ଟି ଉପକୂଳ ମାଲ ପରିବହନ କରିଥିବା ବେଳେ ପୂର୍ବବର୍ଷ ତୁଳନାରେ ୪.୦୨% ଅଧିକ ୪୩.୯୭ ଏମ୍‌ଏମ୍‌ଟି କୋଇଲା ପରିବହନ କରାଯାଇଥିଲା। ଏହି ସମୟରେ ଏହା ୧୪.୦୩% ବୃଦ୍ଧି ସହିତ ୨୩୦୦ କୋଟି ରାଜସ୍ବ ଲାଭ କରିଛି। ଏହାର କ୍ଷମତା ବର୍ତ୍ତମାନ ୨୮୯ ଏମ୍‌ଏମ୍‌ଟି ରହିଛି। ଆଗାମୀ ତିନି ବର୍ଷରେ ଏହା ୩୦୦ ଏମ୍‌ଏମ୍‌ଟି ଅତିକ୍ରମ କରିବା ଯୋଜନା କରାଯାଇଛି। ଏହାର ୮୦% ଯନ୍ତ୍ରଚାଳିତ ବର୍ଥକୁ ୨୦୩୦ ସୁଦ୍ଧା ୧୦୦% କରିବା ଲକ୍ଷ୍ୟ ରଖାଯାଇଛି। ଆଇଆଇଟି ଚେନ୍ନଇ ସହିତ ବନ୍ଦର ପକ୍ଷରୁ ଅତ୍ୟାଧୁନିକ ପୋତ ଯାତାୟାତ ପରିଚାଳନା ସୂଚନା ବ୍ୟବସ୍ଥା ବିକଶିତ କରାଯାଉଥିବା ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍‌. ହରନାଧ ପ୍ରକାଶ କରିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories