ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖେଇ ଆସୁଛି, ନେତାଙ୍କ ଦଳ ବଦଳ ରାଜନୀତି ସେତିକି ଅଧିକା ହେଉଛି। କେହି କେହି ଟିକେଟ ଆଶା ରଖିଥିବାରୁ ଟିକେଟ ନମିଳିବା ଫଳରେ ଦଳ ଛାଡୁଛନ୍ତି ତ ଆଉ କିଏ ଅସନ୍ତୋଷ ବ୍ୟକ୍ତ କରି ଦଳରୁ ଇସ୍ତଫା ଦେଉଛନ୍ତି। ଏବେ ପୁଣି ଜଣେ ନେତା କଂଗ୍ରେସ ଦଳ ଛାଡିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇ ପିସିସି ସଭାପତିଙ୍କୁ ପଠାଇଛନ୍ତି।




