ଖୁଦୁରୁକୁଣୀ ଓଷାରେ ଅଘଟଣ; ନଦୀରେ ବୁଡ଼ି ନାବାଳିକା ନିଖୋଜ

ପାରାଦୀପ: ପାରାଦୀପ ଅଠରବାଙ୍କୀ ନିକଟସ୍ଥ ମତ୍ସ୍ୟଡିଆ ନଦୀରେ ରବିବାର ଏକ ଅଘଟଣ ଘଟିଛି। ଗାଧୋଇବା ବେଳେ ଜଣେ ନାବାଳିକା ନଦୀରେ ବୁଡି ନିଖୋଜ ହୋଇ ଯାଇଛନ୍ତି। ଖୁଦୁରୁକୁଣୀ ଓଷା ଅବସରରେ ଅଠରବାଙ୍କି ନିକଟସ୍ଥ କଂସାରିପାଟିଆର ମତ୍ସ୍ୟଡିହା ନଦୀରେ ସ୍ଥାନୀୟ ମହିଳା ଓ କିଛି ଝିଅ ବାଲୁକା ପୂଜା କରିବା ପାଇଁ ଯାଇଥିଲେ। ଏହି ସମୟରେ ନଦୀରେ ବୁଡ଼ ପକାଇବା ବେଳେ ହଠାତ୍ ୧୪ ବର୍ଷୀୟା ଆରତି ମଲିକ ପାଣି ଭିତରକୁ ଖସିଯାଇଥିଲା। ପାଖରେ ଥିବା ଅନ୍ୟ ସହଯୋଗୀମାନେ ଶତଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରି ପାରିନଥିଲେ। ତେବେ ଘଟଣା ସ୍ଥଳରେ ପାରାଦୀପ ସି.ଆଇ.ଏସ.ଏଫର ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଖୋଜା ଖୋଜି ଜାରି ରଖିଥିବା ବେଳେ ଓଡ୍ରାଫ୍ ଟିମ୍ ମଧ୍ୟ ଖୋଜା ଖୋଜି ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ ନାବାଳିକାଙ୍କ କୌଣସି ସନ୍ଧାନ ମିଳିପାରିନଥିବା ଜଣାପଡିଛି।

Comments are closed.