www.samajalive.in
Monday, December 15, 2025
14.1 C
Bhubaneswar

ପାରାଦୀପ ପୋର୍ଟ ଫାଟକ ଆଗରେ ଉତ୍ତେଜନା: ଶ୍ରମିକଙ୍କ ମୃତଦେହ ରଖି ଧାରଣା

ପାରାଦୀପ : ପାରାଦୀପ ପୋର୍ଟ ଫାଟକ ଆଗରେ ଉତ୍ତେଜନା। ମଙ୍ଗଳବାରଠାରୁ ପାରାଦୀପ ପୋର୍ଟର ୩ ନଂ ଫାଟକ ଆଗରେ ଶ୍ରମିକଙ୍କ ମୃତଦେହ ରଖି ଧାରଣା ଜାରି ରହିଛି। ମୃତକଙ୍କ ପରିବାର ଲୋକ, ସମ୍ପର୍କୀୟ ଓ ସାଥି ଶ୍ରମିକ ମାନେ ଏଥିରେ ସାମିଲ ରହିଥିବା ଦେଖିବାକୁ ମିଳିଛି। ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ଏବଂ ପରିବାରର ଜଣଙ୍କୁ ଚାକିରି ଦେବା ଦାବି ରେ ଏହି ଆନ୍ଦୋଳନ ଜାରି ରହିଛି। ମୃତ ଶ୍ରମିକ ସତ୍ୟ ଦଳାଇଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଞ୍ଚଳରେ ହୋଇଥିବା ଜଣାପଡିଛି। ପାରାଦୀପ ପୋର୍ଟରେ ସେ ଏକ ଠିକା କମ୍ପାନୀରେ କାମ କରୁଥିଲେ। ଗତ ରବିବାର ଦିନ ପାରାଦୀପ ପୋର୍ଟ ଭିତରେ ଓ୍ବାଗନ୍ ଧକ୍କାରେ ଗୁରୁତର ହୋଇଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା। ପରେ ମୃତଦେହ ରଖି ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories