www.samajalive.in
Saturday, December 13, 2025
26.1 C
Bhubaneswar

ପୁଣି ଖାକିରେ ଦାଗ; ସହକର୍ମୀଙ୍କ ସାଢେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ, କନେଷ୍ଟବଳ ଗିରଫ

ପାରାଦୀପ: ପୁଣି ଖାକି ପୋଷାକରେ ଲାଗିଛି ଦାଗ। ଜଗତସିଂହପୁର ପାରାଦୀପ ଅଞ୍ଚଳରେ ଜଣେ ସାଢେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ କନେଷ୍ଟବଳ ଗିରଫ ହୋଇଛନ୍ତି। ସିଆଇଏସଏଫ୍‌ର ମୁଖ୍ୟ କନେଷ୍ଟବଲ ଏମ୍.କାଣ୍ଡାସ୍ବାମୀଙ୍କୁ ଅଭୟଚାନନ୍ଦପୁର ପୁଲିସ ଗିରଫ କରିଛି। ଅଭିଯୁକ୍ତ କନେଷ୍ଟବଳର ଘର ତାମିଲନାଡୁରେ କିନ୍ତୁ ସେ ସିଆଇଏସଏଫ୍ ବାରାକ୍‌ରେ ରହୁଥିଲେ। ପଡୋଶୀ ଘରର ଝିଅକୁ ଚକୋଲେଟ୍ ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡିତାକୁ ଡାକ୍ତରୀ ମଇନା ପାଇଁ ଜଗତସିଂହପୁର ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ପୀଡିତାଙ୍କ ବାପା ମଧ୍ୟ ସିଆଇଏସଏଫ୍‌ ର କନେଷ୍ଟବଳ ଥିବା ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଦିର୍ଘ ଦିନ ହେଲା ଅଭିଯୁକ୍ତ ପୀଡିତା ନାବାଳିକାକୁ ଚକୋଲେଟ୍ ଦେଇ ଘରକୁ ଡାକୁଥିବାରୁ ପୀଡିତା ମା’ଙ୍କୁ ସନ୍ଦେହ ହେବାରୁ ଝିଅକୁ ପଚାରିବାରୁ ସେ ସବୁ କଥା ଖୋଲିକି କହିଥିଲେ। ଘଟଣା ସଂପର୍କରେ ଶୁକ୍ରବାର ରାତିରେ ପରିବାର ଲୋକେ ଜାଣିବା ପରେ ପରିବାର ଲୋକେ ସଙ୍ଗେସଙ୍ଗେ ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ମାତ୍ରେ ଅଭୟଚାଦପୁର ଥାନା ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତର ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories